ETV Bharat Odisha

ଓଡିଶା

odisha

ETV Bharat / state

ପ୍ରତ୍ନତ୍ତତ୍ବ ବିଭାଗର ନଜର ଆଢୁଆଳରେ ବୌଦ୍ଧର ସୂର୍ଯ୍ୟମାତା ମନ୍ଦିର - sun temple

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଝିଙ୍କେରପାଲିରେ ଆବିଷ୍କାର ହୋଇଛି ସୂର୍ଯ୍ୟ ମାତାଙ୍କ ମନ୍ଦିର । ହେଲେ ପ୍ରତ୍ନତତ୍ତ୍ବ ଓ ପର୍ଯ୍ୟଟନ ବିଭାଗର ଏହା ଉପରେ ଦୃଷ୍ଟି ପଡିନଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 24, 2019, 7:24 PM IST

ବୌଦ୍ଧ: କଣ୍ଟାମାଳ ବ୍ଲକର ଝିଙ୍କେରପାଲି ଠାରେ ପ୍ରାୟ ଦୁଇ ବର୍ଷ ତଳେ ମାଟିତଳୁ ମିଳିଥିଲା କେତେକ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିରର ଭଗ୍ନାବଶେଷ । ତନ୍ମଧ୍ୟରୁ ଏକ ପଥର ଖଣ୍ଡ ଉପରେ ଖୋଦିତ ଶିଳାଲେଖରୁ ଏହା ମାର୍ତ୍ତଣ୍ଡ ବା ସୂର୍ଯ୍ୟ ମାତାଙ୍କ ମନ୍ଦିର ବୋଲି ଜଣାପଡିଥିଲା । କିନ୍ତୁ ଦୁଇ ବର୍ଷ ବିତିଯିବାକୁ ବସିଥିବା ବେଳେ ଉକ୍ତ ସ୍ଥାନର କୌଣସି ପ୍ରତ୍ନତ୍ତାତ୍ବିକ ଖନନ କିମ୍ବା ପର୍ଯ୍ୟଟନ ବିଭାଗର ଦୃଷ୍ଟି ପଡିନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ବୌଦ୍ଧ ଜିଲ୍ଲାର ଇତିହାସ ସହିତ ଜଡିତ ହୋଇଛି ଆଉ ଏକ ବିରଳ ଐତିହ୍ୟ । କାରଣ ଅନେକ ସ୍ଥାନରେ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ତଥା ମନ୍ଦିର ଥିବା ବେଳେ ପ୍ରଥମଥର ପାଇଁ ସୂର୍ଯ୍ୟ ବା ମାର୍ତ୍ତଣ୍ଡ ମାତାଙ୍କ ମନ୍ଦିର ଆବିଷ୍କୃତ ହେବା ସମ୍ପୂର୍ଣ୍ଣ ବିରଳ । କଣ୍ଟାମାଳ ବ୍ଲକର ଝିଙ୍କେରପାଲି ଗାଁରୁ ଆବିଷ୍କୃତ ମନ୍ଦିର ଭଗ୍ନାବଶେଷରେ ରହିଥିବା ଶିଳାଲେଖାରୁ ଏହା ଦଶମ ଶତାବ୍ଦୀ ପୂର୍ବରୁ ମାର୍ତ୍ତଣ୍ଡ ମାତାଙ୍କ ମନ୍ଦିର ଥିଲା ବୋଲି ଜଣାପଡିଛି ।

କିନ୍ତୁ ପତ୍ନତ୍ତତ୍ବ ବିଭାଗ କିମ୍ବା ପର୍ଯ୍ୟଟନ ବିଭାଗ ଏହି ଐତିହାସିକ ସ୍ଥାନ ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details