ଓଡିଶା

odisha

ETV Bharat / state

ଆଜି ବୌଦ୍ଧ ବନ୍ଦ, ଯାତ୍ରୀ ହନ୍ତସନ୍ତ

ବୌଦ୍ଧ ସହର ସହ ଚାରିଛକ, ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ ଓ ଖୁଣ୍ଟିଗୋରା ଆଦି ସ୍ଥାନରେ ଯୁବ ମୋର୍ଚ୍ଚାର କର୍ମୀମାନେ ବନ୍ଦରେ ଭାଗ ନେଇଥିଲେ । ଆଜି ସକାଳୁ ମନମୁଣ୍ଡା ପୋଲିସ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ବାଘଙ୍କୁ କର୍ମୀଙ୍କ ସହ ଥାନାରେ ଅଟକ ରଖିଥିଲେ ।

By

Published : Feb 4, 2019, 12:49 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଏଏନଏମ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା । ନିଯୁକ୍ତି ଓ ସ୍ଥାନୀୟ ସମସ୍ୟାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇ ଥିବାବେଳେ ଗାଡିମଟର,ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ଅଫିସକୁ ପିକେଟିଂ କରି ବନ୍ଦ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ବୌଦ୍ଧ ସହର ସହ ଚାରିଛକ, ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ ଓ ଖୁଣ୍ଟିଗୋରା ଆଦି ସ୍ଥାନରେ ଯୁବ ମୋର୍ଚ୍ଚାର କର୍ମୀମାନେ ବନ୍ଦରେ ଭାଗ ନେଇଥିଲେ । ଆଜି ସକାଳୁ ମନମୁଣ୍ଡା ପୋଲିସ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ବାଘଙ୍କୁ କର୍ମୀଙ୍କ ସହ ଥାନାରେ ଅଟକ ରଖିଥିଲେ । ବନ୍ଦ ଯୋଗୁଁ ବୌଦ୍ଧ ବ୍ରିଜ ଛକଠାରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ।

ଜିଲ୍ଲା ଏଏନଏମ ଦୁର୍ନୀତି ସହ ଧାନମଣ୍ଡି ସମସ୍ୟା, ରେଳପଥ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଓ ପୂର୍ବରୁ ହୋଇଥିବା ଆରଆଇ ଅମିନ ନିଯୁକ୍ତିରେ ଦୁର୍ନୀତିର ତଦନ୍ତ ଦାବି କରି ଆଜି ବିଜେପି ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଥିଲା । ଯାହାକୁ ସାଧାରଣରେ ସମର୍ଥନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ନ୍ୟୁଜ


For All Latest Updates

ABOUT THE AUTHOR

...view details