ଓଡିଶା

odisha

ETV Bharat / state

ସରିଲା ରାଜ୍ୟସ୍ତରୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ମୟୂରଭଞ୍ଜ ଚାମ୍ପିଆନ

ଗତ ତିନିଦିନ ଧରି ବୌଦ୍ଧ କଚେରୀ ପଡିଆଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ସମାପ୍ତ ହୋଇଛି । ଯେଉଁଥିରେ ମୟୂରଭଞ୍ଜର କ୍ରିକେଟ ଦଳ ବିଜୟୀ ହୋଇଛି ।

By

Published : Jun 9, 2019, 4:49 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଏଠାରେ ଚାଲିଥିବା 3 ଦିନିଆ ଦୃଷ୍ଟିହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ ଦଳ ବିଜୟୀ ହୋଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ସୂଚନା ଅନୁଯାୟୀ, କଚେରୀ ପଡିଆଠାରେ ଖେଳାଯାଉଥିବା ରାଜ୍ୟସ୍ତରୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ସମାପ୍ତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ସାତଟି ମ୍ୟାଚ ହୋଇଥିବା ବେଳେ ଫାଇନାଲରେ ବାଲେଶ୍ବରକୁ ସାତ ରନରେ ହରାଇ ମୟୂରଭଞ୍ଜ ଚାମ୍ପିଅନ ହୋଇଛି ।

ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିବା ବେଳେ ଦଶ ଓଭର ବିଶିଷ୍ଟ ମ୍ୟାଚରେ ବି-୧ରେ ୩୨ ଜଣ, ବି-୨ରେ ୨୪ ଜଣ ଏବଂ ବି-୩ରେ ୩୨ ଜଣ ସମୁଦାୟ ଖେଳାଳି ଯୋଗ ଦେଇଥିଲେ । ଫାଇନାଲରେ ମୟୂରଭଞ୍ଜ ଦଳ ପ୍ରଥମେ ବ୍ୟାଟିଂ କରି ୧୨୨ ରନ୍ କରିଥିବା ବେଳେ ବାଲେଶ୍ବର ଦଳ ଦଶ ଓଭର ମଧ୍ୟରେ ମାତ୍ର ୧୧୫ ରନ କରିପାରିଥିଲା ।

ତେବେ ଫାଇନାଲ ମ୍ୟାଚରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ, ଅଧ୍ୟାପକ ପ୍ରବୀର ଦାସ ଓ ସାମ୍ବାଦିକ ସତ୍ୟ ନାରାୟଣ ପାଣି ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମରେ କାହ୍ନୁଚରଣ ସାଥୁଆ, କୃତ୍ତିବାସ ପଲିଆ ସହଯୋଗ କରିଥିଲେ ।

ସେପଟେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକଙ୍କ ଅବ୍ୟବସ୍ଥା ଯୋଗୁଁ ଅନେକ ଖେଳାଳି ଓ କାର୍ଯ୍ୟକର୍ତ୍ତା ଅସନ୍ତୋଷ ପ୍ରକାଶ କରିଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details