ବୌଦ୍ଧ: ବୌଦ୍ଧ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି। ବୌଦ୍ଧ ସରପଞ୍ଚ ସଂଘ ଏଭଳି ସଙ୍ଗିନ ଅଭିଯୋଗ ଆଣିଛି। ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ନୀତିଗସ୍ତ ନଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଦୁଇଦିନ ପୂର୍ବରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲା। ଏନେଇ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହାପରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛି ବୌଦ୍ଧ ସରପଞ୍ଚ ସଂଘ।
ବୌଦ୍ଧ ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ସରପଞ୍ଚ ସଂଘ - ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୁର୍ନୀତି
ବୌଦ୍ଧ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଛି। ବୌଦ୍ଧ ସରପଞ୍ଚ ସଂଘ ଏଭଳି ସଙ୍ଗିନ ଅଭିଯୋଗ ଆଣିଛି। ଅଧିକ ପଢ଼ନ୍ତୁ...

କିଛି ଦିନ ତଳେ ବୌଦ୍ଧ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବଦଳି କରାଯାଇଥିଲା। ତେବେ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କୁନେଇ ପ୍ରକଳ୍ପ ନିର୍ଦେଶକ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଏଥିପାଇଁ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବଦଳି କରାଯାଇଛି ବୋଲି ଅଭିଯୋଗ କରି ଏହାର ସମାଧାନ କରିବାକୁ ଦାବି କରିଥିଲା ବିଜେପି।
ସେପଟେ ପିଡି ଖୋଦ ଦୁର୍ନୀତିର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ କରି ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି ଜିଲ୍ଲା ସରପଞ୍ଚ ସଂଘ। ପିଡି କୋଭିଡ ସାମଗ୍ରୀ, ବିଦ୍ୟୁତ ସାମଗ୍ରୀ, ଆବାସ ଯୋଜନା ଦୁର୍ନୀତିରେ ସଂପୃକ୍ତ ଥିଲେ ବୋଲି ଅଭିଯୋଗ ହୋଇଛି। ଏହାସହ ଜିଲ୍ଲା ସରପଞ୍ଚ ସଂଘ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୌଣସି ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ