ଓଡିଶା

odisha

ETV Bharat / state

ପୂର୍ବ ବିବାଦକୁ ନେଇ ବୌଦ୍ଧ-ସମ୍ବଲପୁର ଘରୋଇ ବସ ଚଳାଚଳ ବନ୍ଦ - BOUDH NEWS

ପୂର୍ବ ବିବାଦକୁ ନେଇ ବୌଦ୍ଧ-ସମ୍ବଲପୁର ଘରୋଇ ବସ ଚଳାଚଳ ବନ୍ଦ ହୋଇଥିବାରୁ ହନ୍ତସନ୍ତ ଯାତ୍ରୀ । ଉଭୟ ସଂଘର ବିବାଦ ସମାଧାନ କରିବାରେ ବିଫଳ ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Oct 20, 2019, 3:21 PM IST

ବୌଦ୍ଧ: ଘରୋଇ ବସ ମାଲିକ ସଂଘର ବିବାଦରେ ହନ୍ତସନ୍ତ ଯାତ୍ରୀ । ଉଭୟ ସଂଘର ବିବାଦ ସମାଧାନ କରିବାରେ ବିଫଳ ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଘରୋଇ ବସ ମଧ୍ୟରେ ବିବାଦ କାରଣରୁ ଦୀର୍ଘ ଦିନ ଧରି ବସ ଚଳାଚଳ ବନ୍ଦ ରହିଛି । ଯଦ୍ବାରା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରାୟ 2 ବର୍ଷ ତଳେ ଏକ ବସର ଯାତାୟତ ସମୟକୁ ନେଇ ଉଭୟ ସଂଘ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ସମୟକ୍ରମେ ଏହି ବିବାଦ ବଢିବା କାରଣରୁ ଉଭୟ ଜିଲ୍ଲାରୁ ସିଧାସଳଖ ଆସୁଥିବା ସମସ୍ତ ଘରୋଇ ବସ ବନ୍ଦ ହୋଇଯାଇଛି । ବୌଦ୍ଧରୁ ସମ୍ବଲପୁର ଆସୁଥିବା 5ଟି ସିଧାସଳଖ ବସ ବନ୍ଦ ହୋଇଥିବାରୁ ଯାତ୍ରୀ ଓ ମାଲ ପରିବହନ ବାଧାପ୍ରାପ୍ତ ହୋଇଛି ।

ବସ ଚଳାଚଳ ସେବା ବନ୍ଦ ହେବା କାରଣରୁ ଖାଲି ଯାତ୍ରୀ ନୁହେଁ ବୌଦ୍ଧରୁ ବୁର୍ଲା ଶଆୁଥିବା ରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏସମ୍ପର୍କରେ ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନ, ପୋଲିସ ଓ ଆରଟିଓଙ୍କୁ ଜଣାଯାଇଥିଲେ ମଧ୍ୟ ଅଦ୍ୟାବଧି ସମାଧାନର କୌଣସି ବାଟ ବାହାରିନାହିଁ । ସେପଟେ ଉଭୟ ଜିଲ୍ଲାର ଘରୋଇ ବସ ମାଲିକମାନେ ଏଥିପାଇଁ ବହୁ କ୍ଷତି ସହୁଛନ୍ତି । ତୁରନ୍ତ ଏହି ବିବାଦର ସମାଧାନ କରାଯିବାକୁ ଯାତ୍ରୀମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details