ଓଡିଶା

odisha

ବହୁଚର୍ଚ୍ଚିତ ରାଜା ହତ୍ୟାକାଣ୍ଡ ପର୍ଦ୍ଦାଫାଶ, 2 ଅଭିଯୁକ୍ତ ଗିରଫ

By

Published : Oct 28, 2020, 8:49 PM IST

ବୌଦ୍ଧ ସହରର ଯୁବ ବ୍ୟବସାୟୀ ରାଜା ହତ୍ୟାକାଣ୍ଡ ପର୍ଦ୍ଦାଫାଶ କରିଛନ୍ତି ବୌଦ୍ଧ ଏସପି । ଏହି ହତ୍ୟାକାଣ୍ଡରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବହୁ ଚର୍ଚ୍ଚିତ ରାଜା ହତ୍ୟାକାଣ୍ଡ ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ
ବହୁ ଚର୍ଚ୍ଚିତ ରାଜା ହତ୍ୟାକାଣ୍ଡ ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ: ବହୁଚର୍ଚ୍ଚିତ ରାଜା ହତ୍ୟାକାଣ୍ଡ ନେଇ ସ୍ପଷ୍ଟ କଲେ ବୌଦ୍ଧ ଏସପି । ରାଜା ନିଖୋଜର 18 ଦିନ ପରେ ବୁଧବାର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର ବିଭିନ୍ନ ପ୍ରସଙ୍ଗର ପର୍ଦ୍ଦାଫାଶ କରିଛନ୍ତି ।

ବହୁ ଚର୍ଚ୍ଚିତ ରାଜା ହତ୍ୟାକାଣ୍ଡ ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ ସହରର ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ ଓରଫ ରାଜା ନିଖୋଜ ହେବାର 18 ଦିନ ପରେ ତାକୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ବୌଦ୍ଧ ଏସପି । ଏସପିଙ୍କ ସୂଚନା ମୁତାବକ ରାଜାକୁ ଗତ 11 ତାରିଖ ସଂନ୍ଧ୍ୟାରେ ପୋଡାପୋଡାର ଦୁଇ ଜଣ ଯୁବକ ନିକଟସ୍ଥ ଜିମକୁ ଡକାଇଥିଲେ । ତାଙ୍କୁ ଛାତ ଉପରକୁ ନେଇ ଛୁରା ମାଡ କରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ମହାନଦୀରେ ଅଧାପୋଡି ଭସାଇ ଦେଇଥିଲେ । ଯାହାର ଅର୍ଦ୍ଧଦଗ୍ଧ ମୃତ ଶରୀର ମିଳିଥିଲେ ମଧ୍ୟ ତାହା ରାଜାର ବୋଲି ସ୍ପଷ୍ଟ ହୋଇନଥିଲା । ତେବେ ଅଭିଯୁକ୍ତଙ୍କ ମୋବାଇଲ ଓ ବୌଦ୍ଧରୁ ଅନ୍ୟତ୍ର ସ୍ଥାନାନ୍ତର ଏଥିରୁ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା । ଶେଷରେ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ଦୁଇଟି ମୋଟର ସାଇକେଲ ଓ ହତ୍ୟାରେ ବ୍ୟବହୃତ ଛୁରୀକୁ ପୋଲିସ ଜବତ କରିଛି ।

ବହୁ ଚର୍ଚ୍ଚିତ ରାଜା ହତ୍ୟାକାଣ୍ଡ ପର୍ଦ୍ଦାଫାଶ, ଦୁଇ ଅଭିଯୁକ୍ତ ଗିରଫ

ତେବେ ହତ୍ୟାର କାରଣ ରାଜା ଅଭିଯୁକ୍ତଙ୍କୁ ମାଉଜର ବିକ୍ରି ପାଇଁ ଚୁକ୍ତି କରି 35 ହଜାର ଟଙ୍କା ଅଗ୍ରୀମ ନେଇଥିଲେ । କିନ୍ତୁ ଏଭଳି ଅବୈଧ କାରବାରକୁ ନେଇ ରାଜାର ସମ୍ପୃକ୍ତିକୁ ସାଧାରଣ ଲୋକ ଗ୍ରହଣ କରିପାରୁ ନାହାନ୍ତି । ଏହି ହତ୍ୟାକାଣ୍ଡ ପଛରେ ଆହୁରି ଅନେକ ଲୋକ ସଂପୃକ୍ତ ଥାଇପାରେ ବୋଲି ଚର୍ଚ୍ଚା ହେବା ସହ ଏହାର ଅଧିକ ତଦନ୍ତ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details