ଓଡିଶା

odisha

ETV Bharat / state

ପୋଲାମ ଗାଁରେ ପହଞ୍ଚି ପାରୁନି ବିକାଶ ଗାଡି, ନାହିଁ ନାହିଁରେ କଟୁଛି ଜୀବନ - ସମସ୍ୟା ଘେରରେ ପୋଲମ ଗ୍ରାମ

ସମସ୍ୟା ଭିତରେ ଛନ୍ଦି ହୋଇ ରହିଛି ଜାତୀୟ ରାଜପଥ ନିକଟରେ ଥିବା ପୋଲାମ ଗ୍ରାମ । ରାସ୍ତା ଠାରୁ ନେଇ ଆବାସ ଓ ପାନୀୟଜଳ ଭଳି ସମସ୍ୟା ରହିଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ପୋଲାମ ଗ୍ରାମରେ ପଡିପାରୁନି ବିକାଶର ଛାପ
ପୋଲାମ ଗ୍ରାମରେ ପଡିପାରୁନି ବିକାଶର ଛାପ

By

Published : Jul 24, 2022, 12:31 PM IST

Updated : Jul 24, 2022, 2:26 PM IST

ବୌଦ୍ଧ:ଜନ ସାଧାରଣଙ୍କ ସୁବିଧା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ ହେଉଛି । ହେଲେ ବାସ୍ତବ ଚିତ୍ର କିନ୍ତୁ ପୁରା ଅଲଗା । ଏଭଳି ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଦୃଶ୍ୟ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ପୋଲାମ ଗ୍ରାମରେ । ରାସ୍ତା ଠାରୁ ନେଇ ଆବାସ ଓ ପାନୀୟଜଳ ଭଳି ସମସ୍ୟା ରହିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ପୋଲାମ ଗାଁରେ ପହଞ୍ଚି ପାରୁନି ବିକାଶ ଗାଡି

ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ଥିବା କଲଭର୍ଟରେ ଏକ ବିରାଟ ଗର୍ତ୍ତ ଯୋଗୁଁ ଦୀର୍ଘ ବର୍ଷେ ହେଲା ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରୁନି । ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମର ରାସ୍ତା ଠାରୁ ନେଇ ବିଭିନ୍ନ ସମସ୍ୟା ରହିଥିବା ଅଭିଯୋଗ ହୋଇଛି ।ପୋଲାମ ଗ୍ରାମର ଅନେକ ଗରିବ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ପକ୍କା ଘର ମିଳି ନଥିବାରୁ ଜରିପାଲ ଟାଣି ଲୋକେ ରହୁଛନ୍ତି । ସାଲୁଙ୍କୀ ନଦୀ କୂଳରେ ଥିବା ଏହି ଗ୍ରାମର ଅଧିବାସୀ ନଦୀଘାଟକୁ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଛାତ୍ରଛାତ୍ରୀମାନେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୀପ ତଳ ଅନ୍ଧାର ଭଳି ବ୍ଲକ ତଥା ଜାତୀୟ ରାଜପଥ ନିକଟରେ ଥିବା ପୋଲାମ ଗ୍ରାମର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Jul 24, 2022, 2:26 PM IST

ABOUT THE AUTHOR

...view details