ବୌଦ୍ଧ:ଗମନାଗମନର ବିକାଶ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି । ପକ୍କା ରାସ୍ତା ନିର୍ମାଣ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ବିଭାଗୀୟ ଅଧିକାରୀଙ୍କ ମନମାନୀ ଯୋଗୁଁ ରାସ୍ତା ନିର୍ମାଣକୁ ବର୍ଷେ ନ ପୁରୁଣୁ କାନା ଫାଟି ଆଁ କରୁଛି । ଏଭଳି ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ଯାହାକୁ ନେଇ ସ୍ଥାନୀୟବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।
ରାସ୍ତା ନିର୍ମାଣର ବର୍ଷେ ବିତିନି । କିନ୍ତୁ ରାସ୍ତାରେ ଖାଲଖମାରେ ପରିପୂର୍ଣ୍ଣ ହୋଇଗଲାଣି । ଏହି ରାସ୍ତାରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିଲେ ମଧ୍ୟ ଏହାର ସ୍ଥାୟିତ୍ବ ଓ ମାନକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ବୌଦ୍ଧ ଜିଲ୍ଲା ଆରଡ଼ି ବିଭାଗର ବହିରା ଛକ ଠାରୁ ଝାରମୁଣ୍ଡା ଦେଇ ଟିକରପଡା ପର୍ଯ୍ୟନ୍ତ ଯାଇଥିବା ଡୁମୁଡୁମା ରାସ୍ତା ସମ୍ପୂର୍ଣ୍ଣ ବିପଦ ଶଙ୍କୁଳ ହୋଇ ପଡିଛି ।
ଏହାବି ପଢନ୍ତୁ:ଜବରଦଖଲରେ ଜାତୀୟ ରାଜପଥ, ବୌଦ୍ଧରେ ବଢୁଛି ସଡକ ଦୁର୍ଘଟଣା