ଓଡିଶା

odisha

ETV Bharat / state

ତରଳିଲାଣି ତଳି, କାମରେ ଆସୁନି ଝରଣା ପାଣି - irrigation project

ପାଣି ଅଭାବରୁ ରାଜ୍ୟରେ ଚାଷ କାର୍ଯ୍ୟ ଠପ ହେବାକୁ ବସିଲାଣି । ତଥାପି ଚେତୁ ନାହାନ୍ତି ସରକାର, ବର୍ଷା ଜଳକୁ ସଞ୍ଚୟ କରିବା ପରିବର୍ତ୍ତେ ନଷ୍ଟ ହେବାକୁ ଦିଆଯାଉଛି । ଆଉ ମୁଣ୍ଡରେ ହାତଦେଇ ବସିଛନ୍ତି ଟିକରପଡା ପଞ୍ଚାୟତ ବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 28, 2019, 11:30 PM IST

ବୌଦ୍ଧ: ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏବେ ଚାଷ କାର୍ଯ୍ୟ ଏକଦମ ଠପ ହୋଇପଡିଛି । ବିଶେଷ କରି ପଶ୍ଚିମାଞ୍ଚଳରେ ସ୍ଥିତି ସାଂଘାତିକ ହୋଇପଡିଛି । ପାଣି ଅଭାବରୁ ତଳି ଏବେ ପ୍ରଚଣ୍ଡ ଖରାରେ ତରଳି ଗଲାଣି । ତେବେ ଅନେକ ସ୍ଥାନରେ ବର୍ଷା ଜଳ ବ୍ୟବହାର ନହୋଇ ନଷ୍ଟ ହେଉଛି, ଯାହା ଏହି ଜଳ ସଂକଟ ସମୟରେ କାର୍ଯ୍ୟରେ ଆସି ପାରନ୍ତା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ରାଜ୍ୟର ଏମିତି ଏକ ଜିଲ୍ଲା ହେଉଛି ବୌଦ୍ଧ ଯେଉଁ ଜିଲ୍ଲାର ଲୋକେ କୃଷି ଉପରେ ନିର୍ଭର କରନ୍ତି । ଖାଲି ଧାନ ଚାଷ ନୁହେଁ ବିଭିନ୍ନ ପନିପରିବା ସହ ଡାଲି ଜାତୀୟ ଫସଲ ମଧ୍ୟ ଉତ୍ପାଦନ କରନ୍ତି ଏହି ଜିଲ୍ଲାର ଚାଷୀ ମାନେ । ତେବେ ସବୁଠାରୁ ଦୁଃଖର କଥା ହେଉଛି ଜିଲ୍ଲାର ଉପାନ୍ତ ଅଞ୍ଚଳର ଏକ ପଞ୍ଚାୟତ ହେଉଛି ଟିକରପଡା ଯେଉଁ ପଞ୍ଚାୟତ ଅଧିନସ୍ଥ ଜାମୁଖୋଲ ନିକଟରେ ଭାବନଇ ଝରଣା ବହିଯାଇଛି ।


କିନ୍ତୁ ଏହି ଝରଣା ପାଣି କୌଣସି କାର୍ଯ୍ୟରେ ଆସୁନାହିଁ । କାରଣ ଝରଣା ପାଣି ରକ୍ଷଣା ବେକ୍ଷଣ ପାଇଁ କୌଣସି ପ୍ରକଳ୍ପ ହୋଇପାରି ନାହିଁ । ତେବେ ଏନେଇ ଆଖ ପାଖ ଗ୍ରାମର ଶହଶହ ଲୋକ ବିଭାଗୀୟ ଅଧିକାରୀ ଓ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଯେମିତି ନିରବଦ୍ରଷ୍ଟା ସାଜିଛି । ଯଦି ଏହି ଝରଣାକୁ ନେଇ ଏକ ଆନିକଟ କରାଯାଏ ତେବେ ପ୍ରାୟ ପାଞ୍ଚଶହ ହେକ୍ଟରକୁ ଜଳ ସେଚନ ହୋଇପାରିବ ।


ପାଣି ପାଇଁ ଏବେ ଜିଲ୍ଲାରେ ଚାଷ କାର୍ଯ୍ୟ ଠପ ହୋଇଯାଇଥିବା ବେଳେ ଉକ୍ତ ଝରଣା ପାଣି କୌଣସି କାମରେ ଆସୁନାହିଁ । ଯାହା ଚାଷୀ ମାନଙ୍କ ପାଇଁ ଶକ୍ତ ଧକ୍କା ସଦୃଶ । ତେବେ ତୁରନ୍ତ ଏକ ଆନିକଟ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details