ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବୌଦ୍ଧ ଜିଲ୍ଲାବାସୀ - ହସ୍ପିଟାଲ ପ୍ରତିଷ୍ଠା କରିବା

ଜିଲ୍ଲାର ସ୍ବାସ୍ଥ୍ୟସେବା ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବୌଦ୍ଧର ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 23, 2019, 3:06 PM IST

ଭୁବନେଶ୍ବର: ରାଜ୍ୟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ବ ନେବାପରେ ଶାସନ ବ୍ୟବସ୍ଥାକୁ ଆହୁରି ସରଳ ଓ କ୍ରିୟାଶୀଳ କରିବା ପାଇଁ ଆରମ୍ଭ କରିଛନ୍ତି ‘5ଟି’ ଏବଂ ‘ମୋ ସରକାର’ । ଏହା ମାଧ୍ୟମରେ ଶାସନ ବ୍ୟବସ୍ଥା ଓ ଅବ୍ୟବସ୍ଥାକୁ ସଜାଡୁଛନ୍ତି ରାଜ୍ୟ ସରକାର । ପ୍ରାଥମିକତା ଭାବେ ଏବେ ହସ୍ପିଟାଲକୁ ଗୁରୁତ୍ବ ଦେଇଛନ୍ତି । ସେଥିପାଇଁ 5ଟି ସଚିବ ଓ ତାଙ୍କ ଟିମ ବିଭିନ୍ନ ଜିଲ୍ଲା ଗସ୍ତ କରି ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛନ୍ତି।

5ଟି ସଚିବଙ୍କ ବୌଦ୍ଧ ଗସ୍ତ ବେଳେ ଯାହା ପ୍ରତିଶ୍ରୃତି ଦିଆଯାଇଥିଲା ସେ ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହି ଘୋଷଣା ପରେ ଜିଲ୍ଲାବାସୀ ଖୁସି ବ୍ୟକ୍ତ କରି ଆଜି ଶତାଧିକ ଜନତା, ବୁଦ୍ଧିଜୀବି, ଓକିଲ ସଂଘ, ବଣିକ ସଂଘ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ ଯେ, 5ଟି ସଚିବଙ୍କ ବୌଦ୍ଧ ଜିଲ୍ଲା ଗସ୍ତବେଳେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ଆହୁରି ତ୍ବରାନ୍ବିତ କରିବା ଲକ୍ଷ୍ୟରେ ଏକ ହସ୍ପିଟାଲ ପ୍ରତିଷ୍ଠା କରିବା, ହରଭଙ୍ଗା ବ୍ଲକରେ କିଡନୀ ରୋଗର ଅନୁଧ୍ୟାନ ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ, ଜିଲ୍ଲା ହସ୍ପିଟାଲକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବା ନେଇ ନିଷ୍ପତ୍ତି ନେଇଥିଲେ ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details