ବୌଦ୍ଧ:ଫି ବୃଦ୍ଧିକୁ ନେଇ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ମହାବିଦ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଫଳରେ ମହାବିଦ୍ୟାଳୟରେ ଉତ୍ତେଜନା ସ୍ଥିତି ଦେଖାଦେଇଛି । ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସହ ହଠାତ୍ ଷ୍ଟୁଡେଣ୍ଟ ଫି ବୃଦ୍ଧିକୁ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି ।
ଧାରଣାରେ ବସିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, "ଏହା ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟ ହୋଇଥିବାବେଳେ, ଆଜି ପର୍ଯ୍ୟନ୍ତ ଏହା ସରକାରୀ ମହାବିଦ୍ୟାଳୟର ମାନ୍ୟତା ପାଇପାରି ନାହିଁ । ପଇସା ନେଇ ମହାବିଦ୍ୟାଳୟର ଉନ୍ନତି କରିବା ପରିବର୍ତ୍ତେ ଟଙ୍କା ଗାଏବ ହେଇଯାଇଛି ।"