ବୌଦ୍ଧ: କୃଷି ବିଭାଗର ଉଦାସୀନତା ତଥା କର୍ମଚାରୀଙ୍କ ବ୍ୟାପକ ଦୁର୍ନୀତି ଯୋଗୁଁ ଏକ ପ୍ରାଚୀନ ସରକାରୀ ଅନୁଷ୍ଠାନରେ ତାଲା ଝୁଲିବାକୁ ଯାଉଛି । ବୌଦ୍ଧ ଜିଲ୍ଲା ବଘିଆପଡା ନିକଟରେ ଥିବା ପ୍ରାଚୀନ ପାଲଝାର ଫାର୍ମ କୃଷି ବିଭାଗର ଉଦାସୀନତା ତଥା କର୍ମଚାରୀଙ୍କ ବ୍ୟାପକ ଦୁର୍ନୀତି ଯୋଗୁଁ ବନ୍ଦ ହେବାକୁ ଯାଉଛି ।
ସୂଚନା ମୁତାବକ, ପାଲଝାର ଫାର୍ମରେ କାର୍ଯ୍ୟରତ କର୍ମଚାରୀ ବ୍ୟାପକ ଅର୍ଥ ହେରଫେର ତଥା ଚଞ୍ଚକତା କରି ଏହି ପ୍ରାଚୀନ ଅନୁଷ୍ଠାନକୁ ବୁଡାଇ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଜିଲ୍ଲାର କୌଣସି ସରକାରୀ, ବେସରକାରୀ କିମ୍ବା ଏପରିକି ରାଜନୈତିକ ବ୍ୟକ୍ତି ବିଶେଷ ଏହାର ପୁନରୁଦ୍ଧାର ପାଇଁ ମୁହଁ ଖୋଲିଲେ ନାହିଁ ।