ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ପାଞ୍ଚ

ମରଣଯନ୍ତା ପାଲଟିଛି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ । ପୁଣି ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଗୋଟିଏ ପରିବାରର ପାଞ୍ଚ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଅଧିକ ପଢନ୍ତୁ...

boudh-nh-7-accidentporne-area
ପୁଣି ଏକ ସଡକ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ପାଞ୍ଚ

By

Published : Mar 28, 2021, 1:54 PM IST

ବୌଦ୍ଧ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । ପୁଣି ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଗୋଟିଏ ପରିବାରର ପାଞ୍ଚ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଏନେଇ ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଓ ଜାତୀୟ ରାଜପଥ ଜବରଦଖଲକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।

ପୁଣି ଏକ ସଡକ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ପାଞ୍ଚ

ଜବରଦଖଲ କାରୀଙ୍କ କବଜାରେ ଜାତୀୟ ରାଜପଥ । ଏଣୁ ଅଧିକାଂଶ ସମୟରେ ଘଟୁଛି ସଡକ ଦୁର୍ଘଟଣା । ବୌଦ୍ଧ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 57 ନମ୍ବର ଜାତୀୟ ରାଜପଥ ଅଧିକାଂଶ ସ୍ଥାନରେ ଠେଲା,ଉଠା ଦୋକାନ, ବେଆଇନ ପାର୍କିଂ ଓ ଅନ୍ୟ ଉପାୟରେ ଜବରଦଖଲ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି ।ଗତ ଦୁଇ ଦିନ ପୂର୍ବରୁ ପୁରୁଣାକଟକ ନିକଟରେ ଏକ ଘରୋଇ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦଶ ଜଣ ଯାତ୍ରୀ ଆହତ ହୋଇଥିଲେ । ଗତ ରାତି ପ୍ରାୟ ସାଢେ଼ ବାରଟା ବେଳେ ବୌଦ୍ଧ ସହରର ଖଲିଆବଗିଚା ବିଦ୍ୟାଳୟ ସମ୍ମୁଖରେ ଏକ କୋଇଲା ବୋଝେଇ ଟ୍ରକ 11 କେଭି ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଗୋଟିଏ ପରିବାରର ପାଞ୍ଚ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ।

ସେପଟେ ବୌଦ୍ଧ ସହରର ଏନଏସି ଛକ ଠାରୁ ଜାମୁଛକ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣ ଶୈଳୀ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ରାସ୍ତାର ଉଭୟ ପାର୍ଶ୍ଵ ଜବରଦଖଲକାରୀଙ୍କ କବଜାରେ ରହିଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ସୁହାଇଲା ଭଳି ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣ ଏଭଳି ହୋଇଛି ଯେ ପାନୀୟଜଳ ପାଇପ କିମ୍ବା ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ ମଧ୍ୟ ଜାଗା ନଥିବାରୁ ନାଳ ଭିତରେ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି । ବିଭାଗ ବିଭାଗ ମଧ୍ୟରେ ତାଳମେଳ ରହୁନଥିବା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details