ବୌଦ୍ଧ:ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ବିଭିନ୍ନ ସ୍ଥାନରୁ ପୁଣି 87ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃ୍ଦ୍ଧି ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ବୌଦ୍ଧ ପୌରାଞ୍ଚଳକୁ ହଟସ୍ପଟ ଭାବରେ ଘୋଷଣା କରାଯାଇଛି ।
ଏହି ସହିତ ଜିଲ୍ଲାର ବିଭିନ୍ନ ବସ୍ତି ସମେତ ସଂକ୍ରମିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହା ସହିତ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଦିନକୁ ଦିନ କୋରୋନାର କୋପ ବଢିବାରେ ଲାଗିଛି । ଲୋକମାନେ ଭୟଭୀତ ହୋଇଛନ୍ତି । କୋରୋନାକୁ ହରାଇବାକୁ ହେଲେ କେବଳ ନିୟମ ଓ ସଚେତନତାର ଆବଶ୍ୟକ ।