ବୌଦ୍ଧ: କୋରୋନାର ଦ୍ବିତୀୟ ଲହରରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଆଉ ଏଭଳି ସମୟରେ ବିଶେଷ ପ୍ରଭାବିତ ହେଉଛନ୍ତି ଗରିବ ଓ ଅସହାୟ ଲୋକେ । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ପକ୍ଷରୁ ଅସହାୟ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି ।
ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରୁଛି ବୌଦ୍ଧ ପୌରାଞ୍ଚଳ - ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରୁଛି ବୌଦ୍ଧ ପୌରାଞ୍ଚଳ
କୋରୋନାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ପକ୍ଷରୁ ଅସହାୟ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
ଅସହାୟଙ୍କୁ ଖାଦ୍ୟ ବଣ୍ଟନ କରୁଛି ବୌଦ୍ଧ ପୌରାଞ୍ଚଳ
ପୌରାଞ୍ଚଳ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ବାରା ଦୁଇ ବେଳା ପ୍ରସ୍ତୁତ ରନ୍ଧା ଖାଦ୍ୟ ସହରର 30ଜଣ ଅସହାୟ ଲୋକଙ୍କ ଚିହ୍ନଟ କରାଯାଇ ରନ୍ଧା ଖାଦ୍ୟ ଯୋଗାଣ କରାଯାଉଥିବା ସୂଚନା ମିଳିଛି । ସେପଟେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କେଵଳ ପାର୍ସଲ ଆକାରରେ ଯୋଗାଣ ହେଉଥିବା ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ