ଓଡିଶା

odisha

By

Published : Sep 9, 2020, 4:12 PM IST

ETV Bharat / state

ବୌଦ୍ଧରୁ ବାହାର ରାଜ୍ୟକୁ ଦାଦନ ଚାଲାଣ ଆରମ୍ଭ

ବୌଦ୍ଧ ଜିଲ୍ଲାରୁ କୋରୋନା କଟକଣା କୋହଳ ହେବା ପରେ ପୁଣି ଆରମ୍ଭ ହେଲା ଦାଦନ ଶ୍ରମିକ ଚଲାଣ । ଲୋକଡାଉନ ସମୟରେ ଘୋଷଣା ହୋଇଥିବା ଟଙ୍କା ମିଳିନଥିବା ଶ୍ରମିକ ଅଭିଯୋଗ କରିଛନ୍ତି । ଜିଲ୍ଲାରେ 8 ହଜାରରୁ ଊର୍ଦ୍ଧ୍ବ ପ୍ରବସୀ ଶ୍ରମିକ ରହିଛନ୍ତି । ଅଧିକ ପଢନ୍ତୁ...

ବୌଦ୍ଧରୁ ଆରମ୍ଭ ହେଲାଣି ବାହାର ରାଜ୍ୟକୁ ଦାଦନ ଚାଲାଣ
ବୌଦ୍ଧରୁ ଆରମ୍ଭ ହେଲାଣି ବାହାର ରାଜ୍ୟକୁ ଦାଦନ ଚାଲାଣ

ବୌଦ୍ଧ: ସରୁନି ଦାଦନ ଶ୍ରମିକଙ୍କ ଦୁଃଖ । ପୁଣି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ବାହାରିଲେଣି ଶ୍ରମିକ । ତେବେ ନାନା ସମସ୍ୟାରେ ଘାଣ୍ଟି ହେଉଥିବା ଶ୍ରମିକ ଏବେବି ଲକଡାଉନ ସହାୟତା ପାଇ ନଥିବା ଅଭିଯୋଗ କରିଛନ୍ତି ।

ଦାଦନ ଦୁଃଖରେ ଉବୁଟୁବୁ ବୌଦ୍ଧ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବର୍ତ୍ତମାନ ପୁଣିଥରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ବାହାରିଲେଣି । ସରକାର ଲକଡାଉନ ସମୟରେ ଶ୍ରମିକଙ୍କ ସହାୟତା ପାଇଁ 15 ଶହ ଟଙ୍କା ଯୋଗାଇ ଦେଇଥିବାବେଳେ ଅଦ୍ୟାବଧି କେତେକ ନିର୍ମାଣ ଶ୍ରମିକ ଏହି ସହାୟତା ରାଶି ପାଇ ନଥିବା ଅଭିଯୋଗ କରିଛନ୍ତି । ଗତ ରବିବାର ତିଲେଶ୍ବର ପଞ୍ଚାୟତ ବୁରୁବୁଡା ଗ୍ରାମର ଜଣେ ଦାଦନଙ୍କ ଗୁଜରାଟ ଠାରେ ଦୁଃଖଦ ମୃତ୍ୟୁ ହୋଇଛି । କୋରୋନା କଟକଣା ଯୋଗୁଁ ସରକାର ବିଭିନ୍ନ ଯୋଜନ ଘୋଷଣା କରିଥିଲେ କିନ୍ତୁ ଲୋକଙ୍କୁ ଯେଉଁ ପଇସା ମିଳିବା କଥା ତାହା ମିଳିନାହିଁ । ବର୍ତ୍ତମାନ କୌଣସି କାମ ନାହିଁ ଘରେ ଖାଲି ରହିବା ଅପେକ୍ଷା ବାହାରକୁ ଯିବା ପାଇଁ ବାଧ୍ୟ ହେଉଛୁ ବୋଲି ଶ୍ରମିକମାନେ କହିଛନ୍ତି ।

ବୌଦ୍ଧରୁ ଆରମ୍ଭ ହେଲାଣି ବାହାର ରାଜ୍ୟକୁ ଦାଦନ ଚାଲାଣ

ବୌଦ୍ଧ ଜିଲ୍ଲାରେ 50 ହଜାରରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକ ରହିଥିବାବେଳେ 8 ହଜାରରୁ ଊର୍ଦ୍ଧ୍ବ ପ୍ରବସୀ ଶ୍ରମିକ ରହିଛନ୍ତି । କୋରୋନା କଟକଣା ଯୋଗୁଁ ସମସ୍ତେ ରାଜ୍ୟକୁ ଫେରିଥିଲେ । ଦିନକୁ ଦିନ କୋରୋନାର ଲକଡାଉନ, ସଟଡାଉନ କୋହଳ କରାଯିବା ପରେ ଲୋକେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାନନ ଖଟିବା ପାଇଁ ବାହାରୁଛନ୍ତି । ଦାଦନ ଦୁଃଖରେ ବୌଦ୍ଧ ଜିଲ୍ଲା ଉବୁଟୁବୁ ହେଉଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମିକମାନେ ଭଲ ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details