ଓଡିଶା

odisha

ETV Bharat / state

ସମୟ ଗଡୁଛି ସରୁନି ମର୍ଜାକୁଦ ସେତୁ କାମ, ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ

ବୌଦ୍ଧ ଜିଲ୍ଲା ସଦର ମହକୁମାର ହନୁମାନ ଘାଟ ନିକଟରେ ମହାନଦୀ ଉପରେ ନିର୍ମାଣଧୀନ ମର୍ଜାକୁଦ ସେତୁ ନିର୍ମାଣ ଡିସେମ୍ବର ମାସରେ ସରିବାକୁ ଯାଉଛି । କିନ୍ତୁ ସେତୁର ମାତ୍ର 30 ପ୍ରତିଶତ କାର୍ଯ୍ୟ ଆଗେଇ ପାରିଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

By

Published : Dec 26, 2020, 1:27 PM IST

ମର୍ଜାକୁଦ ସେତୁର ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ
ମର୍ଜାକୁଦ ସେତୁର ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ

ବୌଦ୍ଧ: ମନ ଇଚ୍ଛା ସେତୁ ନିର୍ମାଣ କାର୍ଯ୍ୟ କରୁଛନ୍ତି ଠିକାଦାର । ବୌଦ୍ଧ ଜିଲ୍ଲା ସଦର ମହକୁମାର ହନୁମାନ ଘାଟ ନିକଟରେ ମହାନଦୀ ଉପରେ ନିର୍ମାଣଧୀନ ମର୍ଜାକୁଦ ସେତୁ ନିର୍ମାଣ ଡିସେମ୍ବର ମାସରେ ସରିବାକୁ ଯାଉଛି । କିନ୍ତୁ ସେତୁର ମାତ୍ର 30 ପ୍ରତିଶତ କାର୍ଯ୍ୟ ଆଗେଇ ପାରିଛି ।

ମର୍ଜାକୁଦ ସେତୁର ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ
ମର୍ଜାକୁଦ ସେତୁର ସମସ୍ୟାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ

ସେପଟେ ସେତୁ ନିର୍ମାଣର ମାନକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗତ କିଛି ଦିନ ତଳେ ସେତୁର ଏକ ଅଂଶ ଦବିଯାଇ ଭୁଶୁଡିବା ଅବସ୍ଥାରେ ରହିଥିଲା । ଏହି ଅଂଶକୁ ଭାଙ୍ଗି ପୁଣି ଛାତ ପଡିଥିଲା । ସେହିପରି ମହାନଦୀ ମଧ୍ୟରେ ବ୍ଲାଷ୍ଟିଂ ଠାରୁ ଆରମ୍ଭ କରି ଶ୍ରମିକଙ୍କ ସୁରକ୍ଷା ପର୍ଯ୍ୟନ୍ତ ଥିବା ନିୟମକୁ ଠିକରେ ପାଳନ କରାଯାଉ ନଥିବା ଅଭିଯୋଗ ହୋଇଛି ।

କାର୍ଯ୍ୟ କ୍ଷେତ୍ରରେ କୌଣସି ଶ୍ରମିକଙ୍କ ମୁଣ୍ଡରେ ହେଲମେଟ କିମ୍ବା ଅନ୍ୟ କୌଣସି ସୁରକ୍ଷା ଉପକରଣ ପ୍ରଦାନ କରାଯାଉ ନାହିଁ । ଫଳରେ କୌଣସି ସମୟରେ ମଧ୍ୟ ଅଘଟଣର ଆଶଙ୍କା ରହିଛି । ସେପଟେ କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ବରେ ଥିବା ଯନ୍ତ୍ରୀ ରହୁନଥିବାରୁ ଏଭଳି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି ।

ତେବେ ଦୀର୍ଘ ବର୍ଷର ଦାବି ପରେ ଏହି ସେତୁ ନିର୍ମାଣ ହେଉଥିବାରୁ ଏହା ଉପରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ଜନପ୍ରତିନିଧି ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details