ଓଡିଶା

odisha

ETV Bharat / state

ବିକାଶରେ ବାଧକ ସାଜିଛି ରାସ୍ତା - ବୌଦ୍ଧ ଜିଲ୍ଲା

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନକୁ ସଂଯୋଗ ନିମନ୍ତେ ରାସ୍ତା ନାହିଁ । ଯେଉଁଠି ରାସ୍ତା ଅଛି ତାହା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି ।

road problem
ବିକାଶରେ ବାଧକ ସାଜିଛି ରାସ୍ତା

By

Published : Jun 29, 2020, 11:59 AM IST

ବୌଦ୍ଧ: ବିକାଶରେ ବାଧକ ସାଜିଛି ରାସ୍ତା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନକୁ ସଂଯୋଗ ନିମନ୍ତେ ରାସ୍ତା ନାହିଁ । ଯେଉଁଠି ରାସ୍ତା ଅଛି ତାହା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି ।

ବିକାଶରେ ବାଧକ ସାଜିଛି ରାସ୍ତା

ସ୍ବାଧୀନତାର 72 ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରି ନାହିଁ । ଫଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଅନେକ ସ୍ଥାନରେ ପହଞ୍ଚି ପାରୁନାହିଁ । ଜିଲ୍ଲାର ଆଢେଣୀଗଡ, ତଳଗାଁ, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ବହିରା, ଲମ୍ବସରୀ, ନାରାୟଣ ପ୍ରସାଦ, ଘଣ୍ଟାପଡା ଭଳି ପଞ୍ଚାୟତର ଅନେକ ଗାଁକୁ ଗମନାଗମନର ଅସୁବିଧା ରହିଛି ।

ଯେଉଁଠି ରାସ୍ତା ଅଛି ତାହା ବର୍ଷା ଦିନରେ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details