ବୌଦ୍ଧ : ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତରେ ପ୍ରାକ ନିର୍ବାଚନ ହିଂସା ପୋଲିସର ଚିନ୍ତା ବଢାଇ ଥିବାବେଳେ ନିର୍ବାଚନ ପରେ ରକ୍ସା ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ପୁଣିଥରେ ସେହି ମନମୁଣ୍ଡା ପଞ୍ଚାୟତରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଏଠାରେ ସରପଞ୍ଚ ପଦ ପାଇଁ ତିନି ଜଣ ଦାବିଦାର ଥିବାବେଳେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ନାଁରେ ଆସିଛି ଜାଲ ପ୍ରମାଣପତ୍ରର ଅଭିଯୋଗ ।
ମନମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ନାଁରେ ଜାଲିଆତି ପ୍ରମାଣପତ୍ର ଅଭିଯୋଗ - ମନମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ନାଁରେ ସଙ୍ଗୀନ ଅଭିଯୋଗ
ବିଜୟୀ ସରପଞ୍ଚଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ । ଜାଲ ଜାତିଗତ ପ୍ରମାଣପତ୍ର ଦେଇ ପଞ୍ଚାୟତ ନିର୍ବାଚନ ଲଢିଥିବା ଅଭିଯୋଗ ଆସିଛି । ଏହାକୁ ନେଇ ଅଞ୍ଚଳର ଶତାଧିକ ଲୋକେ ଆରଆଇ ଅଫିସ ଘେରାଉ କରି ଧାରଣାରେ ଦେଇଛନ୍ତି । ଅଧିକ ପଢନ୍ତୁ
ମନମୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ନାଁରେ ଜାଲଜାତି ପ୍ରମାଣପତ୍ର ଅଭିଯୋଗ
ମନମୁଣ୍ଡା ପଞ୍ଚାୟତର ସରପଞ୍ଚ ପଦ ପାଇଁ ଏସସି ବର୍ଗର ସଂରକ୍ଷଣ ଥିବାବେଳେ ବିଜୟୀ ପ୍ରାର୍ଥୀ ଅନ୍ୟ ବର୍ଗର ହୋଇଥିବାରୁ ଏନେଇ ବିରୋଧୀ ଗୋଷ୍ଠୀ ଅଭିଯୋଗ କରି ମନମୁଣ୍ଡା ଆର ଆଇ ଅଫିସକୁ ଘେରାଉ କରିଥିଲେ । ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ଶେଷରେ କଣ୍ଟାମାଳ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ