ବୌଦ୍ଧ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଯାପିତ ହେଲା ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା । ସମ୍ବଲପୁରୀ ଗୀତର ତାଳେ ତାଳେ ବିଧାୟକ ଓ ଜିଲ୍ଲାପାଳଙ୍କ ସହିତ ନାଚିଲେ ସମଗ୍ର ଜନତା । ପାଞ୍ଚ ଦିନ ଧରି ଚାଲିଥିବା ବୌଦ୍ଧ ମହୋତ୍ସବ ଉଦଯାପିତ ହୋଇଯାଇଛି । ସୋମବାର ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ ।
ଏଠାରେ ସେ ପ୍ରଥମେ ବୁଦ୍ଧଙ୍କୁ ଦର୍ଶନ ପରେ ନାଏକପଡାର ପାତାଳୀ କ୍ଷେତ୍ରରେ ପହଞ୍ଚି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଅବିଭୂତ ହୋଇପଡିଥିଲେ । ଏହି ଆଧ୍ୟାତ୍ମିକ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ସେ ନିଶ୍ଚିତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା, ଏସସିଏସଟି ଉପଦେଷ୍ଟା ମୁନା ଖାଁ, ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ପ୍ରମୁଖ ଯୋଗ ଦେଇଥିଲେ ।