ଓଡିଶା

odisha

ETV Bharat / state

ଖାଉଟି ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ - ବୌଦ୍ଧ ମହିଳା କଂଗ୍ରେସ

ବୌଦ୍ଧ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଥାଳି ବାଡେଇ ରାଜରାସ୍ତା ମଝିରେ ଗ୍ୟାସ ଟାଙ୍କି ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ଜିଲ୍ଲାର ଧାନମଣ୍ଡିରେ ଲାଗିରହିଥିବା ସମସ୍ୟା ଓ ଏସଏଚଜି ମହିଳାଙ୍କ ଋଣଛାଡ ପାଇଁ ଦାବି କରିଛନ୍ତି । ଅଧିକ ପଡନ୍ତୁ...

boudh mahila congress protest on rising of commodity price
ଖାଉଟି ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ

By

Published : Mar 13, 2021, 4:06 PM IST

ବୌଦ୍ଧ: ଖାଉଟି ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ । ଏଥି ସହିତ ଜିଲ୍ଲାର ଧାନମଣ୍ଡିରେ ଲାଗିରହିଥିବା ସମସ୍ୟା ଓ ଏସଏଚଜି ମହିଳାଙ୍କ ଋଣଛାଡ ପାଇଁ ଦାବି କରିଛନ୍ତି ।

ଖାଉଟି ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ

ବୌଦ୍ଧ ଜିଲ୍ଲା କଂଗ୍ରେସ ଓ ମହିଳା କଂଗ୍ରେସ ପକ୍ଷରୁ ଆଜି ଅଭିନବ ଶୈଳୀରେ ଖାଉଟି ସାମଗ୍ରୀ ଦରବୃଦ୍ଧିର ପ୍ରତିବାଦ କରାଯାଇଛି । ବୌଦ୍ଧ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଥାଳି ବାଡେଇ ରାଜରାସ୍ତା ମଝିରେ ଗ୍ୟାସ ଟାଙ୍କି ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବୌଦ୍ଧ ଜିଲ୍ଲାର ମହିଳା କଂଗ୍ରେସ କର୍ମୀମାନେ ଆଜି ଥାଳି ବାଡେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ବୌଦ୍ଧ ସହରର ଏନଏସି ଛକ ଓ ଗାନ୍ଧୀ ଛକ ପ୍ରମୁଖ ସ୍ଥାନରେ କଂଗ୍ରେସର ନେତା ଓ କର୍ମୀ ଏକତ୍ରିତ ହୋଇ ବୃଦ୍ଧି ପାଉଥିବା ଖାଉଟି ସାମଗ୍ରୀର ଦରକୁ ନେଇ ଆନ୍ଦୋଳନ କରିଥିଲେ । 57 ନମ୍ବର ଜାତୀୟ ରାଜପଥ ଉପରେ ଗ୍ୟାସ ଟାଙ୍କି ରଖି ମହିଳା ମାନେ ଏହାର ଦରବୃଦ୍ଧିର ପ୍ରତିବାଦ କରିଥିଲେ ।

ସେହିପରି ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଲାଗିରହିଥିବା ଅଚଳାବସ୍ଥାକୁ ଦୂର କରିବାକୁ ଦାବି କରାଯିବା ସହ କୋରୋନା ସମୟରେ ପ୍ରଭାବିତ ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଋଣଛାଡ କରିବାକୁ ମଧ୍ୟ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details