ଓଡିଶା

odisha

ବୌଦ୍ଧରେ ଠାକୁରଙ୍କ ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ

By

Published : Jun 21, 2020, 2:47 AM IST

ବୌଦ୍ଧ ଜିଲ୍ଲାରେ ରଥଯାତ୍ରା ବାତିଲ ପରେ କେବଳ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ମନ୍ଦିର ମଧ୍ୟରେ ଅନୁଷ୍ଠିତ ହେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।ଅଧିକ ପଢନ୍ତୁ...

boudh-mahaprabhu-jagannath-naba-joubana-devotee-in-temple
ବୌଦ୍ଧରେ ଠାକୁରଙ୍କ ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ

ବୌଦ୍ଧ: ଜିଲ୍ଲାରେ ରଥଯାତ୍ରା ବାତିଲ ପରେ କେବଳ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ମନ୍ଦିର ମଧ୍ୟରେ ଅନୁଷ୍ଠିତ ହେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଶନିବାର ନେତ୍ରୋତ୍ସବ ନିରାଡମ୍ବର ଭାବେ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ବୌଦ୍ଧରେ ଠାକୁରଙ୍କ ନବଯୌବନ ଦର୍ଶନ କଲେ ଶ୍ରଦ୍ଧାଳୁ

ବଜ୍ର କ୍ଷେତ୍ର ବୌଦ୍ଧ ଜିଲ୍ଲାର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନେତ୍ରୋତ୍ସବ ନିରାଡମ୍ବର ଭାବେ ପାଳିତ ହୋଇଛି ।ରଥଯାତ୍ରାକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବାତିଲ କରି ଠାକୁରଙ୍କ ନୀତି କାନ୍ତି କେବଳ ମନ୍ଦିର ମଧ୍ୟରେ ପାଳନ କରିବାକୁ ପୂର୍ବରୁ ନିଷ୍ପତ୍ତି ନେଇଛି ।ଏହାକୁ ପାଳନ କରିବାକୁ ଯାଇ ମନ୍ଦିର ମଧ୍ୟରେ ଆଜି ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ସୀମିତ ସେବାୟତଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ।ଶ୍ରଦ୍ଧାଳୁଙ୍କ ସହିତ ବୌଦ୍ଧ ଜିଲ୍ଲା ନ୍ୟାୟାଧିଶ ଅରବିନ୍ଦ ଗୁରୁ ସପତ୍ନିକ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁ ମଧ୍ୟ ଦୀର୍ଘ ସମୟର ବ୍ୟବଧାନ ପରେ ବଡ ଠାକୁରଙ୍କ ଦର୍ଶନ ପାଇଥିବାରୁ ବେଶ ଭାବବିହ୍ବଳ ହୋଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details