ଓଡିଶା

odisha

ETV Bharat / state

ବିଦେଶୀ ମଦ ଦୋକାନ ପାଇଁ ଲଟେରୀ, ଆଦାୟ ହେଲା ଏକ କୋଟି ଏକୋଇଶ ଲକ୍ଷ ଟଙ୍କା - ବିଦେଶୀ ମଦ ଦୋକାନ ପାଇଁ ଲଟେରୀ

ବୌଦ୍ଧ ଜିଲ୍ଲାର 14ଟି ବିଦେଶୀ କାଉଣ୍ଟର ପାଇଁ ହୋଇଛି ଲଟେରୀ । ବିଦେଶୀ ମଦ କାଉଣ୍ଟରର ଆଶାୟୀଙ୍କ ଠାରୁ ଆଦାୟ ହେଲା ଏକ କୋଟି ଏକୋଇଶ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

boudh lotery system excise department
ବିଦେଶୀ ମଦ ଦୋକାନ ପାଇଁ ଲଟେରୀ, ଆଦାୟ ହେଲା ଏକ କୋଟି ଏକୋଇଶ ଲକ୍ଷ ଟଙ୍କା

By

Published : Apr 10, 2021, 8:45 AM IST

ବୌଦ୍ଧ: ବିଦେଶୀ ମଦ କାଉଣ୍ଟରର ଆଶାୟୀଙ୍କ ଠାରୁ ଆଦାୟ ହେଲା ଏକ କୋଟି ଏକୋଇଶ ଲକ୍ଷ ଟଙ୍କା । ଜିଲ୍ଲାର ସମୁଦାୟ 14 ଟି କାଉଣ୍ଟର ପାଇଁ ଆଜି ଲଟେରୀ ମାଧ୍ୟମରେ ନୂତନ ପଟ୍ଟାଦାର ଚୟନ ହୋଇଛନ୍ତି ।

ବିଦେଶୀ ମଦ ଦୋକାନ ପାଇଁ ଲଟେରୀ, ଆଦାୟ ହେଲା ଏକ କୋଟି ଏକୋଇଶ ଲକ୍ଷ ଟଙ୍କା

ସରକାର ବିଦେଶୀ ମଦ ବ୍ୟବସାୟକୁ ନେଇ ଲଟେରୀ କରିଛନ୍ତି । ଏହି ପରିପ୍ରେକ୍ଷିରେ ବୌଦ୍ଧ ଜିଲ୍ଲାର ସମୁଦାୟ 14 ଗୋଟି ବିଦେଶୀ ମଦ କାଉଣ୍ଟର ପାଇଁ ଆଜି ଲଟେରୀ ଉଠାଣ ହୋଇଛି । ଜିଲ୍ଲାର 14ଟି ବିଦେଶୀ ମଦ କାଉଣ୍ଟର ପାଇଁ 121 ଜଣ ଆଶାୟୀ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଉକ୍ତ ଆଶାୟୀଙ୍କ ଠାରୁ ସମୁଦାୟ ଏକ କୋଟି ଏକୋଇଶ ଲକ୍ଷ ଟଙ୍କା ରାଜସ୍ବ ସରକାରଙ୍କ ତହବିଲକୁ ଆସିଥିଲା । ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏହି ଲଟେରୀ ଉଠାଣ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରି ନୂତନ ପଟ୍ଟାଦାର ଚୟନ କରାଯାଇଥିଲା । ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଲଟେରୀ ଉଠାଣ ହୋଇଥିଲା ।

ଜିଲ୍ଲାର ହରଭଙ୍ଗା କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ ଥିବା କାଉଣ୍ଟର ସମେତ ବୌଦ୍ଧ ପୌରାଞ୍ଚଳରେ ଦୀର୍ଘ ଦିନରୁ ବନ୍ଦ ପଡିଥିବା ଦୁଇ ନମ୍ବର କାଉଣ୍ଟର ପାଇଁ ମଧ୍ୟ ଲଟେରୀ ମାଧ୍ୟମରେ ନୂତନ ପଟ୍ଟାଦାର ଚୟନ ହୋଇଥିଲା

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details