ଓଡିଶା

odisha

ETV Bharat / state

ସଙ୍କଟରେ ଐତିହାସିକ ଲକ୍ଷ୍ମୀସାଗର

ପୁନଃରୁଦ୍ଧାର ଅପେକ୍ଷାରେ ଲକ୍ଷ୍ମୀସାଗର । ଐତିହାସିକ ସାଗର ଭାବେ ପରିଚିତ ଲକ୍ଷ୍ମୀସାଗର ।

By

Published : Jun 3, 2019, 12:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ତେଲିବନ୍ଧ ପଞ୍ଚାୟତ ଓ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ମଝିରେ ଗ୍ରାମ ଚନ୍ଦ୍ରପୁର । ଗ୍ରାମରେ ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ଲକ୍ଷ୍ମୀସାଗର, ଯାହାକି ଚନ୍ଦ୍ରପୁର ସାଗର ଭାବେ ପରିଚିତ । ଦିନଥିଲା ବିଭିନ୍ନ ମାଛ ସହ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ରାବରେ ଫାଟି ପଡୁଥିଲା ସମ୍ପୂର୍ଣ୍ଣ ପରିବେଶ ।

ମାତ୍ର ବର୍ତ୍ତମାନ ସେ ସୌନ୍ଦର୍ଯ୍ୟ କୁଆଡେ ଉଭେଇ ଯାଇଛି । 356 ଏକରର ଏହି ବିସ୍ତୃତ ସାଗର ଆଜି ପଙ୍କ ଓ ଦଳର କବଜାରେ । ଜବରଦଖଲ ଓ ଦୂଷିତ ପାଣି ଯୋଗୁଁ ଅସ୍ଥିତ୍ବ ହରାଇଛି ଲକ୍ଷ୍ମୀସାଗର । 1866 ମସିହାର ନଅଙ୍କ ଦୁର୍ଭିକ୍ଷ ସମୟରେ ବୌଦ୍ଧ ରାଜା ପୀତାମ୍ବରଦେବ ଏହି ବିରାଟକାୟ ମନୁଷ୍ୟକୃତ ବନ୍ଧକୁ ଖୋଳାଇଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରାଚୀନ ଜଗନ୍ନାଥ ସଡକ ଦେଇ ଯାଉଥିବା ଯାତ୍ରୀଙ୍କ ପାଇଁ ପାନୀୟ ଜଳର ସୁବିଧା କରେଇବା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଏହି ଐତିହାସିକ ସାଗର ଏବେ ସଙ୍କଟରେ । ଏହାର ପୁନରୁଦ୍ଧାର ପାଇଁ ଗୁହାରି କରିବା ସହ ପର୍ଯ୍ୟଟନ କ୍ଷେତ୍ର ପାଇଁ ଉପଯୁକ୍ତ ସ୍ଥାନ ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details