ବୌଦ୍ଧ: ଜମିଭୂମି ହୀନ ପ୍ରଜାଙ୍କୁ ସରକାର ଜମି ଯୋଗାଇଛନ୍ତି ସତ । କିନ୍ତୁ ହିତାଧିକାରୀଙ୍କ ନିକଟରେ ଇଞ୍ଚେ ମଧ୍ୟ ଜମି ଡିହ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଆରଆଇ ସର୍କଲ ସାନ ଗୋଛାପଡା ଗ୍ରାମରେ । ଗ୍ରାମର ପନ୍ଦରରୁ ଊର୍ଦ୍ଧ୍ବ ଜମିଭୂମି ହୀନ ପ୍ରଜାଙ୍କୁ ଗତ ପ୍ରାୟ ଦଶ ବର୍ଷ ତଳେ ସରକାରଙ୍କ ପକ୍ଷରୁ ଚାରି ଡେସିମିଲ ଲେଖାଏଁ ଜମିଡିହ ଯୋଗାଇ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ହିତାଧିକାରୀଙ୍କ ନିକଟରେ ଇଞ୍ଚେ ମଧ୍ୟ ଡିହ ନାହିଁ । କାରଣ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜମି ବର୍ତ୍ତମାନ କେତେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ କବଜାରେ ଥିବା ଅଭିଯୋଗ ହୋଇଛି ।
ରାଜନୈତିକ ବ୍ୟକ୍ତିଙ୍କ କବଜାରେ ଭୂମିହୀନଙ୍କ ଜମିପଟ୍ଟା ! - boudh land scam
ଜମିଭୂମି ହୀନ ପ୍ରଜାଙ୍କୁ ସରକାର ଜମି ଯୋଗାଇଛନ୍ତି ସତ । କିନ୍ତୁ ହିତାଧିକାରୀଙ୍କ ନିକଟରେ ଇଞ୍ଚେ ମଧ୍ୟ ଜମି ଡିହ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଆରଆଇ ସର୍କଲ ସାନ ଗୋଛାପଡା ଗ୍ରାମରେ । ଅଧିକ ପଢନ୍ତୁ...

ଭୂମିହୀନଙ୍କୁ ମିଳିଛି ଜମିପଟ୍ଟା, କିନ୍ତୁ ଦଖଲରେ ରାଜନୈତିକ ବ୍ୟକ୍ତି
ଭୂମିହୀନଙ୍କୁ ମିଳିଛି ଜମିପଟ୍ଟା, କିନ୍ତୁ ଦଖଲରେ ରାଜନୈତିକ ବ୍ୟକ୍ତି
ଏଭଳି ଘଟଣା କେବଳ ଗୁନ୍ଦୁଳିଆ ଆରଆଇ ସର୍କଲରେ ନୁହେଁ, ବରଂ ଜିଲ୍ଲାର ବାଉଁଶୁଣୀ, ସରସରା, ପରା,ମୁଣ୍ଡାପଡା, ତେଲିବନ୍ଧ, ଖୁଣ୍ଟବନ୍ଧ, ବଘିଆପଡା, ଶଗଡା ଭଳି ବିଭିନ୍ନ ଆରଆଇ ସର୍କଲରେ ଦେଖିବାକୁ ମିଳିଛି । ଜମି ମାଫିଆ ଓ କିଛି ନେତା ଓ ଅସାଧୁ ରାଜସ୍ବ କର୍ମଚାରୀଙ୍କୁ ପ୍ରଭାବିତ କରି ଶହ ଶହ ଏକର ଜମି ହଡପ କରିଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସରକାର ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ