ବୌଦ୍ଧ: ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ତଳି ଅଞ୍ଚଳରେ ବର୍ଷା ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଜରୁରୀକାଳୀନ ସ୍ଥାନ ମଧ୍ୟ ଏଥିରୁ ବାଦ ପଡିନାହିଁ। ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ଅବସ୍ଥା ଏବେ ସାଙ୍ଘାତିକ ହୋଇପଡିଛି ।
ବର୍ଷାରେ ବେହାଲ ବୌଦ୍ଧ, ଡାକ୍ତରଖାନାରେ ପଶିଲା ପାଣି - ଚକ୍ଷୁ ଚିକିତ୍ସାଳୟ
ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା। ବିଭିନ୍ନ ବିଭାଗରେ ପାଣି ପଶିବା ସହ ଛାତରୁ ପାଣି ଗଳୁଛି । ଚକ୍ଷୁ ଚିକିତ୍ସାଳୟରେ ସ୍ବିଚ୍ ବୋଡ ଭିତରୁ ଝରୁଛି ବର୍ଷା ପାଣି ।
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଲଗାଣ ବର୍ଷା ଯୋଗୁଁ ପାଣି ପଶିବା ସହ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଡାକ୍ତରଖାନାରେ ବେଡର ଅଭାବ ଯୋଗୁଁ ତଳେ ରୋଗୀ ଶୋଉଥିବା ବେଳେ ଛାତରୁ ପାଣି ଝରି ନାନା ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଯକ୍ଷ୍ମା ବିଭାଗ ଓ ପ୍ରସବ ବିଭାଗରେ ବର୍ଷା ପାଣି ପଶି ଯାଇଥିବା ବେଳେ ଚକ୍ଷୁ ଚିକିତ୍ସାଳୟରେ ସ୍ବିଚ୍ ବୋଡ ଭିତରୁ ବର୍ଷା ପାଣି ଝରୁଛି । ଡାକ୍ତରଖାନାର ଅନେକ ଜରୁରୀ ସାମଗ୍ରୀ ମଧ୍ୟ ନଷ୍ଟ ହେଉଥିବା ଦେଖାଯାଇଛି।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ