ଓଡିଶା

odisha

ETV Bharat / state

ମହାନଦୀରେ ବନ୍ୟା, ବୌଦ୍ଧ ହରଭଙ୍ଗା ବିଚ୍ଛିନ୍ନ - ପୁରୁଣା ଜଗନ୍ନାଥ ରାସ୍ତାରେ 10 ଫୁଟର ପାଣି

ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ବୌଦ୍ଧ ହରଭଙ୍ଗା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଶତାଧିକ ଗ୍ରାମବାସୀ ଏବେ ବନ୍ୟା ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 9, 2019, 4:49 PM IST

ବୌଦ୍ଧ: ଲଗାଣବର୍ଷାରେ ବେହାଲ ବୌଦ୍ଧ । ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ବୌଦ୍ଧ ଓ ହରଭଙ୍ଗା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୁରୁଣା ଜଗନ୍ନାଥ ରାସ୍ତା ଉପରେ ପ୍ରାୟ 10 ଫୁଟର ପାଣି ପ୍ରବାହିତ ହେବା ସହ ଚାଷ ଜମିରେ ବାଲିଚର ମାଡି ଯାଇଥିବା ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ରାଧାନଗର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣ ମୋହନପୁର ନିକଟସ୍ଥ ବଲାଟ ନାଳ ଓ ମହାନଦୀ ସଂଗମ ସ୍ଥଳରେ ବନ୍ୟା ପାଣି ଆସି ଯୋଗାଯୋଗ ବିଛିନ୍ନ ହୋଇଛି । ଏଥିଯୋଗୁଁ ବୌଦ୍ଧରୁ ହରଭଙ୍ଗା ବ୍ଲକର ଶତାଧିକ ଗାଁକୁ ଏବେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକେ ଅତି ଜରୁରୀ କାମ ପଡିଲେ ମାଛଧରା ଡଙ୍ଗାରେ ବନ୍ୟା ପାଣି ପାରି ହେଉଥିବା ଦେଖାଯାଇଛି ।

ପୁଣି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବା ସହ ହରଭଙ୍ଗା ବ୍ଲକର ଧଳପୁର, ହରଭଙ୍ଗା, କୁଶଙ୍ଗ, ଶଙ୍କୁଳେଇ ପଞ୍ଚାୟତ ର ଶତାଧିକ ଗାଁ ବନ୍ୟା ଘେରରେ ରହିଛି । ସେହିପରି ମନମୁଣ୍ଡା ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ଶତାଧିକ ଗ୍ରାମବାସୀ ଏବେ ବନ୍ୟା ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details