ବୌଦ୍ଧ:ରାଜ୍ୟ ତୀରନ୍ଦାଜ ଚମ୍ପିଆନସିପରେ ଚମକିଲେ ବୌଦ୍ଧ ଜିଲ୍ଲାର 4 ପ୍ରତିଯୋଗୀ । ମଙ୍ଗଳବାର 4ଜଣ କୁନି ବିଜେତା ଖେଳାଳିଙ୍କୁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ ସ୍ତରରେ ଦମ ଦମ ଦେଖାଇଛନ୍ତି 4 କୃତୀ ତୀରନ୍ଦାଜ ଖେଳାଳୀ ।
ରାଜ୍ୟସ୍ତରୀୟ ତୀରନ୍ଦାଜ ଚମ୍ପିଆନସିପରେ କୃତୀ 4 ଖେଳାଳୀଙ୍କୁ ସମ୍ବର୍ଦ୍ଧନା ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା 22 ତମ ରାଜ୍ୟ ତୀରନ୍ଦାଜ ଚମ୍ପିଆନସିପ ।
ବୌଦ୍ଧ ଜିଲ୍ଲାରୁ 17 ଜଣ ଖେଳାଳି ଏହି ରାଜ୍ୟ ସ୍ତରୀୟ ଚମ୍ପିଆନସିପରେ ଭାଗନେଇଥିଲେ। ତନ୍ମଧ୍ୟରୁ ଏହି 4ଜଣ ଖେଳାଳୀ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ବିନା ସରକାରୀ ପ୍ରୋତ୍ସାହନରେ ଜିଲ୍ଲା ତୀରନ୍ଦାଜ ଆସୋସିଏସନର ଏହି ସଫଳତା କ୍ରୀଡା ପ୍ରେମୀ ମହଲରେ ଆନନ୍ଦ ଖେଳାଇ ଦେଇଛି । ସେପଟେ ଜିଲ୍ଲା ତୀରନ୍ଦାଜ ଆସୋସିଏସନର ପ୍ରତିଷ୍ଠାତା ରାଜ୍ୟ ତୀରନ୍ଦାଜ ଟିମର ମ୍ୟାନେଜର ଭାବରେ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିବେ ବୋଲି ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ