ଓଡିଶା

odisha

ETV Bharat / state

ବୌଦ୍ଧରେ କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ, ସଂଘ ପୁନର୍ଗଠନ ଦାବି - ବୌଦ୍ଧରେ କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ

ବୌଦ୍ଧରେ କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ । ଏନେଇ ଅନେକ ବର୍ଷୀୟାନ କଳାକାର ସରକାରୀ ସ୍ବୀକୃତି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବୌଦ୍ଧରେ କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ
ବୌଦ୍ଧରେ କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ

By ETV Bharat Odisha Team

Published : Sep 14, 2023, 8:28 PM IST

ବୌଦ୍ଧରେ କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ

ବୌଦ୍ଧ: ଜିଲ୍ଲାର ତିନୋଟି ବ୍ଲକରେ ସରିଲା କଳାକାରଙ୍କୁ ନେଇ ସଂଶାଧନ କାର୍ଯ୍ୟକ୍ରମ । ପାରମ୍ପରିକ ଲୋକକଳା ଓ ସଂସ୍କୃତି ମାଧ୍ୟମରେ ସରକାରୀ ଯୋଜନାର ସଫଳତାକୁ ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବା ଲକ୍ଷ୍ୟରେ କଳାକାରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ହେଲେ ଜିଲ୍ଲାରେ କଳା କଳାର ଉପେକ୍ଷିତ କଳାକାର । ବୌଦ୍ଧ ଜିଲ୍ଲାର କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ । ଜିଲ୍ଲାର ୩ଟି ବ୍ଲକର ଏଭଳି ଶହ ଶହ କଳାକାର ରହିଛନ୍ତି ଯେଉଁମାନେ ଜିଲ୍ଲାର ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାରେ ସହାୟକ ହୋଇ ପାରିଛନ୍ତି । କିନ୍ତୁ ଜିଲ୍ଲାର ଏଭଳି ଲୋକକଳା ସହ ଜଡିତ କଳାକାରଙ୍କୁ ଚିହ୍ନଟ କରାଯାଉ ନାହିଁ । ଫଳରେ ଅନେକ ବର୍ଷୀୟାନ କଳାକାର ସରକାରୀ ସ୍ବୀକୃତି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

କଳାକାର ଅରୁଣ କୁମାର ମେଣ୍ଡଲୀ କହିଛନ୍ତି,"ଜିଲ୍ଲା କଳାକାର ସଂଘ ଦୀର୍ଘ ବର୍ଷ ହେଲା ପୁନର୍ଗଠନ ହୋଇନାହିଁ । କଳା ସଂସ୍କୃତି ସହିତ ଆଦୌ ଜଡ଼ିଋତ ନଥିବା ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରାଯାଉ । ହେଲେ ପାରମ୍ପରିକ ଲୋକକଳାକୁ ନେଇ ବଞ୍ଚିଥିବା ଲୋକଙ୍କୁ ଅଣଦେଖା କରାଯାଉଛି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇ କଳାକାର ଚୟନ କରାଯାଉ। ଜିଲ୍ଲାରେ କଳାକାର ସଂଘର ପୁର୍ନଗଠନ କରାଯାଉ । କଳାକାରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ।"

ସରକାରୀ ସ୍ଵୀକୃତିପ୍ରାପ୍ତ କଳାକାର ଲିଙ୍ଗରାଜ ପୃଷ୍ଟି କହିଛନ୍ତି,"ଦୀର୍ଘ ବର୍ଷ ଧରି ଜିଲ୍ଲାର କଳାକାର ସଂଘ ପୁନର୍ଗଠନ ହୋଇ ପାରି ନଥିବା ବେଳେ ସଂସ୍କୃତି ବିଭାଗର କାର୍ଯ୍ୟଶୈଳୀକୁ ନେଇ ଅଡ଼ୁଆରେ ସଂସ୍କୃତି ବିଭାଗ । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଅନେକ ବର୍ଷୀୟାନ କଳାକାର ରହିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ଉପରେ ନଜର ପକାଇ ନାହିଁ । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର କଳା ମାଧ୍ୟମରେ ସରକାରୀ ଯୋଜନାର ସଫଳତା ପ୍ରଚାର ପାଇଁ ଘୋଷଣା କରିବା ପରଠୁ ହଠାତ୍ ଜିଲ୍ଲାର କଳାକାର ସଂଘ ବେଶ ସକ୍ରିୟ ହୋଇ ଉଠିଛନ୍ତି ।"

ଏହା ମଧ୍ୟ ପଢନ୍ତୁ..ଦୁର୍ଦ୍ଦିନରେ କଳାକାର, ଗଠନ ହୋଇପାରୁନି କଳାକାର ସଂଘ

ସବୁଠାରୁ ଆଶ୍ଚର୍ଯ୍ୟର କଥା ଜିଲ୍ଲା କଳାକାର ସଂଘ ଓ ବ୍ଲକ କଳାକାର ସଂଘ ଦୀର୍ଘ ୧୨ ବର୍ଷ ହେଲା ପୁନର୍ଗଠନ ହୋଇନାହିଁ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କିନ୍ତୁ ବର୍ତ୍ତମାନ ସରକାର ଘୋଷଣା କରିଥିବା ପ୍ରଚାରପ୍ରସାର ପାଇଁ ଏହି ଅବୈଧ ସଂଘ କାହିଁକି ଏତେଟା ସକ୍ରିୟ ହୋଇ ଉଠିଛନ୍ତି ବୋଲି ସେନେଇ ଉଠିଛି ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details