ଓଡିଶା

odisha

ETV Bharat / state

ବୌଦ୍ଧରେ ବନ୍ୟା; ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ - ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ମହାନଦୀରେ ବନ୍ୟା ପାଣି ଆସିବା ପରେ ଉବୁଟୁବୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ । ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ।

Boudh flood
Boudh flood

By

Published : Aug 30, 2020, 10:54 PM IST


ବୌଦ୍ଧ:ମହାନଦୀରେ ବନ୍ୟା ପାଣି ଆସିବା ପରେ ଉବୁଟୁବୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ । ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ ସରକାରୀ ବିଭାଗ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।

ବୌଦ୍ଧରେ ବନ୍ୟା; ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ମହାନଦୀରେ ବନ୍ୟା ଆସିବା ଫଳରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେପଟେ ପାଞ୍ଚ ଦିନ ହେଲାଣି ବନ୍ୟା ପାଣି କମୁନାହିଁ । ଆତଙ୍କିତ ଅବସ୍ଥାରେ ରହୁଛନ୍ତି ନଦୀ କୂଳିଆ ଲୋକେ । ବିଶେଷ ଭାବରେ କଚ୍ଚା ଘରେ ରହୁଥିବା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ପୁରୁଣା ଜଗନ୍ନାଥ ସଡକ ଉପରେ ବିଭିନ୍ନ ସ୍ଥାନରେ 3 ରୁ 5 ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବୌଦ୍ଧରୁ ଧଳପୁର କୁ ଦଶ ଦିନରୁ ଉର୍ଦ୍ଧ୍ବ ହେଲା ଯୋଗାଯୋଗ ବିଛିନ୍ନ ରହିଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ବନ୍ୟାଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

ସେପଟେ କେବଳ ବୌଦ୍ଧ ପୌରାଞ୍ଚଳର ଦୁଇଟି ବସ୍ତିରୁ ୮୯ ଜଣଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରି ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ସେହିପରି କୌଣସି ପ୍ରକାର ଅଘଟଣ ପାଇଁ ଜିଲ୍ଲାର ଚାରୋଟି ଅଗ୍ନିଶମ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details