ଓଡିଶା

odisha

By

Published : Jul 5, 2020, 7:10 PM IST

Updated : Jul 5, 2020, 7:25 PM IST

ETV Bharat / state

ବୌଦ୍ଧରେ ଗଜା ହେଉନି ବିହନ ଧାନ, ଚିନ୍ତାରେ ଚାଷୀ

ଜିଲ୍ଲାରେ ପାଲଝାର ଫାର୍ମ ଦୁର୍ନୀତି ପରେ ଏବେ ଧାନ ବିହନକୁ ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ବିହନ ଧାନ ଠିକରେ ମିଳୁନଥିବା ବେଳେ ଧାନ ଗଜା ହେଉନଥିବାରୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି ।

farmer's tension in boudh, boudh latest news, paljhar farm corruption in boudh, crops in boudh, ବୌଦ୍ଧରେ ଚାଷୀଙ୍କ ଚିନ୍ତା, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧର ପାଲଝାର ଫାର୍ମ ଦୁର୍ନୀତି, ବୌଦ୍ଧ ଧାନ ଅମଳ
ବୌଦ୍ଧରେ ଗଜା ହେଉନି ବିହନ ଧାନ, ଚିନ୍ତାରେ ଚାଷୀ

ବୌଦ୍ଧ: ଜିଲ୍ଲାରେ ପାଲଝାର ଫାର୍ମ ଦୁର୍ନୀତି ପରେ ଏବେ ଧାନ ବିହନକୁ ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ବିହନ ଧାନ ଠିକରେ ମିଳୁନଥିବା ବେଳେ ଧାନ ଗଜା ହେଉନଥିବାରୁ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି । ଏପରି ସ୍ଥିତିରେ ଧାନ ବିହନ ଉତ୍ପାଦନ କେନ୍ଦ୍ର ପାଲଝାର ଫାର୍ମରେ ବ୍ୟାପକ ଦୁର୍ନୀତି ପାଇଁ ଚଳିତବର୍ଷ ଏଠାରେ ବିହନ ଧାନ ଅମଳ ହୋଇପାରିନାହିଁ ।

ବୌଦ୍ଧରେ ଗଜା ହେଉନି ବିହନ ଧାନ, ଚିନ୍ତାରେ ଚାଷୀ

ସେପଟେ ଧାନ ବୁଣା ସମୟ ହୋଇସାରିଥିଲେ ମଧ୍ୟ ଉନ୍ନତମାନର ଧାନ ବିହନ ନାଁରେ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ବିହନ ଧାନ ଗଜା ହେଉ ନଥିବାରୁ ଏବେ ଆଶା ଆଶଙ୍କାରେ ଚାଷୀ । ଏନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିବା ବେଳେ ଏନେଇ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ସ୍ପଷ୍ଟ କରିଛନ୍ତି ସମ୍ପୃକ୍ତ ଅଧିକାରୀ ।

ତେଣେ ବୌଦ୍ଧ ଜିଲ୍ଲାର ଚାଷୀ ବର୍ଷତମାମ କିଛି ନା କିଛି କାରଣରୁ ବାରମ୍ବାର ହଇରାଣ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jul 5, 2020, 7:25 PM IST

ABOUT THE AUTHOR

...view details