ଓଡିଶା

odisha

ETV Bharat / state

ଛତୁ ମଞ୍ଜି ଉତ୍ପାଦନ କରି ଚର୍ଚ୍ଚାରେ ବୌଦ୍ଧର ଜନାର୍ଦ୍ଦନ ସାହୁ, 200ରୁ ଊର୍ଦ୍ଧ୍ବ ଚାଷୀଙ୍କୁ ଯୋଗାଇଛନ୍ତି ରୋଜଗାର ମାଧ୍ୟମ - ସଫଳ ଛତୁ ମଞ୍ଜି ଉଦ୍ୟୋଗୀ

ଶିକ୍ଷା ଗ୍ରହଣ ପରେ ଚାକିରି ପଛରେ ନ ଗୋଡ଼ାଇ ଜିଲ୍ଲାର ଏକମାତ୍ର ସଫଳ ଛତୁ ମଞ୍ଜି ଉଦ୍ୟୋଗୀ ହୋଇପାରିଛନ୍ତି ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତର ପିଙ୍ଗଲାବେଡା ଗ୍ରାମ ନିବାସୀ ଜନାର୍ଦ୍ଦନ ସାହୁ । ଉନ୍ନତ କୌଶଳରେ ଛତୁ ମଞ୍ଜି ଉତ୍ପାଦନ କରି ନିଜେ ସଫଳ ଉଦ୍ୟୋଗୀ ହେବା ସହିତ ୨୨ଟି ଜିଲ୍ଲାର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଛତୁ ଚାଷୀଙ୍କୁ ରୋଜଗାର ମାଧ୍ୟମ ଯୋଗାଇ ପାରିଛନ୍ତି । ଅଧିକ ପଢ଼ନ୍ତୁ

ଛତୁ ମଞ୍ଜି ଉତ୍ପାଦନ କରି ଚର୍ଚ୍ଚାରେ ଜନାର୍ଦ୍ଦନ
ଛତୁ ମଞ୍ଜି ଉତ୍ପାଦନ କରି ଚର୍ଚ୍ଚାରେ ଜନାର୍ଦ୍ଦନ

By ETV Bharat Odisha Team

Published : Aug 23, 2023, 1:20 PM IST

ମଞ୍ଜି ଉତ୍ପାଦନ କରି ଚର୍ଚ୍ଚାରେ ଜନାର୍ଦ୍ଦନ

ବୌଦ୍ଧ: ଶିକ୍ଷା ଗ୍ରହଣ ପରେ ଚାକିରି ପଛରେ ନ ଗୋଡ଼ାଇ ଜିଲ୍ଲାର ଏକମାତ୍ର ସଫଳ ଛତୁ ମଞ୍ଜି ଉଦ୍ୟୋଗୀ ହୋଇପାରିଛନ୍ତି ଜନାର୍ଦ୍ଦନ ସାହୁ । ଉନ୍ନତ କୌଶଳରେ ଛତୁ ମଞ୍ଜି ଉତ୍ପାଦନ କରି ନିଜେ ସଫଳ ଉଦ୍ୟୋଗୀ ହେବା ସହିତ ୨୨ଟି ଜିଲ୍ଲାର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଛତୁ ଚାଷୀଙ୍କୁ ରୋଜଗାର ମାଧ୍ୟମ ଯୋଗାଇ ପାରିଛନ୍ତି ସେ । ବିଇଡି ଶିକ୍ଷା ଗ୍ରହଣ ପରେ ଶିକ୍ଷକତା ଚାକିରି ପଛରେ ନ ଧାଇଁ ବୌଦ୍ଧ ଜିଲ୍ଲାର ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି ଜନାର୍ଦ୍ଦନ ।

ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତର ପିଙ୍ଗଲାବେଡା ଗ୍ରାମ ନିବାସୀ ଜନାର୍ଦ୍ଦନ ସାହୁ । ନିଜ ଉଦ୍ୟମରେ ପ୍ରତିଷ୍ଠା କରିଛନ୍ତି ଛତୁ ମଞ୍ଜି ଉତ୍ପାଦନ ୟୁନିଟ । ପଶ୍ଚିମ ଓଡ଼ିଶାର ହାତ ଗଣତି କେତୋଟି ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଥିବା ବେଳେ ବୌଦ୍ଧ ଜିଲ୍ଲାର ଏହି ଛତୁ ମଞ୍ଜି ଉତ୍ପାଦନ କେବଳ ଗୋଟିଏ ହିଁ ସ୍ଥାନରେ ହେଉଛି । ଶିକ୍ଷା ଗ୍ରହଣ ପରେ ଜନାର୍ଦ୍ଦନ ପ୍ରଥମେ ଛତୁ ଚାଷ ପାଇଁ ମନ ବଳାଇ ଅନ୍ୟ ପାଞ୍ଚ ଜଣ ଚାଷୀଙ୍କୁ ପ୍ରବର୍ତ୍ତାଇଥିଲେ । ସେ ଗତ ୨୦୦୮ ମସିହାରେ ଛତୁ ଚାଷ ଆରମ୍ଭ କରିଥିଲେ । ପରେ ପରେ ଛତୁ ଚାଷ ପାଇଁ ମଞ୍ଜିର ଘୋର ଅଭାବକୁ ପରିଲକ୍ଷିତ କରି ନିଜର ଜମିରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ରର ପ୍ରତିଷ୍ଠା କରିଥିଲେ । ପ୍ରଥମେ କିଛି ଦିନ ଏହି ଛତୁ ଉତ୍ପାଦନ କ୍ଷତି ସହିବା ପରେ ଏଥିରେ ଜନାର୍ଦ୍ଦନ ସଫଳତା ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ:Trellis Method: ଏଣିକି ସବୁ ଋତୁରେ ଚାଷ, ଅଳ୍ପ ଜମିରେ ଅନେକ ପ୍ରକାର ଫସଲ କରିବେ ଚାଷୀ

ବର୍ତ୍ତମାନ ଜିଲ୍ଲାର ଏହି ଏକମାତ୍ର ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ରରୁ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଓଡ଼ିଶାର ୨୨ ଗୋଟି ଜିଲ୍ଲାର ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ଛତୁ ଚାଷୀଙ୍କୁ ଛତୁ ମଞ୍ଜି ଯୋଗାଇ ଦିଆଯାଉଛି । ଏହି ୟୁନିଟରେ ଧିଙ୍ଗିରା, ପାଳ ଓ ଖିର ଛତୁ ମଞ୍ଜି ଉତ୍ପାଦନ ହୋଇ ପାରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଛତୁ ମଞ୍ଜି ଉତ୍ପାଦନ କରାଯାଇ ଛତୁ ଚାଷୀଙ୍କୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସମୟରେ ଜନାର୍ଦ୍ଦନଙ୍କ ଭଳି ଶିକ୍ଷିତ ଯୁବକ ଏଭଳି ଲାଭଜନକ ବ୍ୟବସାୟ ସହିତ ଯୋଡି ହୋଇ ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି । ଯାହାକୁ ନେଇ ଜନାର୍ଦ୍ଦନ ବେଶ ଉତ୍ସାହିତ ରହିବା ସହିତ ଅନେକ ପରିବାରକୁ ରୋଜଗାର ସୃଷ୍ଟି ପାଇଁ ମାଧ୍ୟମ ଯୋଗାଇବାରେ ସହାୟକ ହୋଇ ପାରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details