ଓଡିଶା

odisha

ETV Bharat / state

ଶୁଖି ଯାଉଛି ମହାନଦୀ, ବିଭିନ୍ନ ସ୍ଥାନରେ ଆନିକଟ ନିର୍ମାଣ ପାଇଁ ଦାବି - ମହାନଦୀର ଉପର ମୁଣ୍ଡରେ ଡ୍ୟାମ ନିର୍ମାଣ

ଜିଲ୍ଲା ଦେଇ ପ୍ରବାହିତ ମହାନଦୀରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ଜଳପ୍ରବାହ କମିଗଲାଣି । ମରୁଭୂମିର ଭ୍ରମ ସୃଷ୍ଟି କରୁଥିବା ମହାନଦୀର ପଠା ପୋତି ହୋଇ ପଡିବା ସହିତ ଉଭୟ ପାନୀୟଜଳ ଓ ଜଳସେଚନକୁ ନେଇ ସମସ୍ୟା ଦେଖାଦେଉଥିବାରୁ ବିଭିନ୍ନ ସ୍ଥାନରେ ଆନିକଟ ନିର୍ମାଣ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

ଶୁଖି ଯାଉଛି ମହାନଦୀ
water problem

By

Published : Mar 30, 2023, 1:24 PM IST

water problem

ବୌଦ୍ଧ: ଓଡ଼ିଶାର ଗଙ୍ଗା ଭାବରେ ପରିଚିତ ମହାନଦୀ ଧିରେ ଧିରେ ଶୁଖି ଯାଉଛି । ଗ୍ରୀଷ୍ମ ଋତୁ ଆରମ୍ଭରୁ ମହାନଦୀର ଏଭଳି ଦୃଶ୍ୟ ସମସ୍ତଙ୍କୁ ଚିନ୍ତିତ କରିଛି । ଚିରସ୍ରୋତା ମହାନଦୀ ଓଡିଶାର ବୌଦ୍ଧ ଜିଲ୍ଲା ଦେଇ ସର୍ବାଧିକ ପ୍ରବାହିତ ହେଉଛି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟରରୁ ଊର୍ଦ୍ଧ୍ବ ଜଳପଥ ଅତିକ୍ରମ କରିଥିବା ମହାନଦୀର ଉପର ମୁଣ୍ଡରେ ଡ୍ୟାମ ନିର୍ମାଣ ତଥା ଜଳ ସ୍ରୋତ କମୁଥିବାରୁ ବୌଦ୍ଧ ଜିଲ୍ଲାରେ ଏହାର ଗଭୀର ପ୍ରଭାବ ପଡିଛି ।

ମଣିଷ ତ ମଣିଷ ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିବା ପରିଲକ୍ଷିତ ହୋଇଛି । ସର୍ବାଧିକ ଜନପଥ ଅତିକ୍ରମ କରିଥିବା ଜିଲ୍ଲାରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ଜଳ କଷ୍ଟ ଦେଖାଗଲାଣି । ଯେଉଁଠି ବର୍ଷା ଦିନରେ ଅକାତକାତ ପାଣି ପ୍ରବାହିତ ହେଉଥିଲା ବର୍ତ୍ତମାନ ତାହା ମରୁଭୂମି ଭଳି ମନେ ହେଉଛି । ଉଭୟ ପାନୀୟଜଳ ଓ ଜଳସେଚନର ସମସ୍ୟାକୁ ଦୃଷ୍ଟିରେ ରଖି ମହାନଦୀର ବିଭିନ୍ନ ସ୍ଥାନରେ ଆନିକଟ ନିର୍ମାଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ତେବେ ଅନେକ ସ୍ଥାନରେ ମହାନଦୀ କୂଳ ଜବରଦଖଲ ହୋଇଥିବା ବେଳେ ତଟ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱର ଆବଶ୍ୟକତା ରହିଛି । ମହାନଦୀରେ ଜଳପ୍ରବାହ କମ ଥିବାରୁ କେଉଟ ଧିବର ସଂପ୍ରଦାୟର ଲୋକେ ମାଛଧରା ବୃତ୍ତିକୁ ଛାଡି ଦେବାକୁ ବସିଲେଣି । ମନମୁଣ୍ଡା ଠାରୁ ମାରଡା ପର୍ଯ୍ୟନ୍ତ ମହାନଦୀ କୂଳରେ ଅବସ୍ଥିତ ବାଉଁଶୁଣୀ,ତେନ୍ତୁଳି ଖୁଣ୍ଟି, କରଡି, ଧଳପୁର, ସାକୁସିଙ୍ଗା, ହରଭଙ୍ଗା, ଅତଳସରା ଭଳି ଅନେକ ଜନପଦ ବର୍ତ୍ତମାନ ପାନୀୟଜଳ ଓ ଜଳସେଚନକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆଜି ନୟାଗଡ଼-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ, ସବୁଜ ପତକା ଦେଖାଇବେ ଦୁଇ କେନ୍ଦ୍ରମନ୍ତ୍ରୀ

ସେହିପରି ଅନେକ ସ୍ଥାନରେ ମହାନଦୀ କୂଳ ମୁକୁଳା ପଡିଥିବା ବେଳେ ମହାନଦୀର ସୁରକ୍ଷା ପାଇଁ ବୌଦ୍ଧର ଚନ୍ଦ୍ରଚୂଡ ଘାଟ ନିକଟରେ ମହାନଦୀ ଆଳତୀର ଆୟୋଜନ କରାଯାଇ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି । କିନ୍ତୁ ମହାନଦୀରେ ଜଳପ୍ରବାହ କମି କମି ଯାଉଥିବାରୁ ଏନେଇ ବିଭିନ୍ନ ସ୍ତରରେ ଚିନ୍ତା ପ୍ରକାଶ ପାଇଛି । ବର୍ଷା ଦିନରେ ମହାନଦୀ ଦୁଇ କୂଳକୁ ଲଙ୍ଘି ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଗ୍ରୀଷ୍ମ ଋତୁରେ ଜଳ କଷ୍ଟ ଦେଉଥିବାରୁ ଏହାର ପ୍ରତିକାର ପାଇଁ ମହାନଦୀର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଆନିକଟ ନିର୍ମାଣ କରି ଜଳ ସଞ୍ଚୟ ପାଇଁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details