ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସ: ନିଆରା ଢଙ୍ଗରେ ପାଳନ କଲେ ଜିଲ୍ଲାବାସୀ - boudh foundation day

ନିଆରା ଢଙ୍ଗରେ ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ । ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

boudh district people celebrates district foundation day
ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସ: ନିଆରା ଢଙ୍ଗରେ ପାଳନ କଲେ ଜିଲ୍ଲାବାସୀ

By

Published : Jan 3, 2021, 7:18 PM IST

ବୌଦ୍ଧ: ଜିଲ୍ଲା ପ୍ରତିଷ୍ଠା ଦିବସକୁ ନିଆରା ଢଙ୍ଗରେ ପାଳନ କଲେ ବୌଦ୍ଧବାସୀ । ଜାନୁଆରୀ 2 ତାରିଖ ଅର୍ଥାତ ଶନିବାର ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସ ଥିବାବେଳେ ଅଭିନବ ଶୈଳୀରେ ମିଷ୍ଟାନ୍ନ ବଣ୍ଟନ କରି ଖୁସି ବାଣ୍ଟିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ଏହି ଅବସରରେ ରାଜ୍ୟ ସରକାର ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଶୁଭାରମ୍ଭ କରିଥିବାବେଳେ ପୁରା ଜିଲ୍ଲାବାସୀ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ବୌଦ୍ଧ ଜିଲ୍ଲା ପ୍ରତିଷ୍ଠା ଦିବସ: ନିଆରା ଢଙ୍ଗରେ ପାଳନ କଲେ ଜିଲ୍ଲାବାସୀ

ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ଦିନକୁ ବୌଦ୍ଧ ଦିନ ଭାବେ ପାଳନ କରାଯାଇଛି । ଜିଲ୍ଲା ଗର୍ଜନ ସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏକ ବାଇକ ରାଲିର ମଧ୍ୟ ଆୟୋଜନ ହୋଇଯାଇଛି । ସେହିପରି ସାରସ୍ବତ ପ୍ରେମୀଙ୍କୁ ନେଇ ନୀଳଚକ୍ର ସାହିତ୍ୟ ସଂସଦର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟପକ୍ଷେ ସ୍ବେଚ୍ଛାସେବୀମାନେ ବୁଲି ବୁଲି ମାନସିକ ଭିନ୍ନକ୍ଷମ ଓ ବୁଲା ଭିକାରୀଙ୍କୁ ସଫାସୁତୁରା କରିବା ସହ ଚୁଟି କାଟି ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି ।

ବୌଦ୍ଧ ଜିଲ୍ଲାକୁ ଛବିଶ ବର୍ଷ ପୂରି 27 ହେଲା । ଏହି ଐତିହାସିକ ଅଞ୍ଚଳକୁ 1994 ମସିହା ଜାନୁଆରୀ ଦୁଇ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କନ୍ଧମାଳ ଜିଲ୍ଲାଠୁ ଅଲଗା କରି ସ୍ବତନ୍ତ୍ର ବୌଦ୍ଧ ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details