ବୌଦ୍ଧ: ଜୈବିକ ଚାଷ ବଦଳରେ ରାସାୟନିକ ସାରର ଉପଯୋଗକୁ ନେଇ ଗଭୀର ଉଦବେଗ ପ୍ରକାଶ କଲେ ବୌଦ୍ଧ ଜିଲ୍ଲାପାଳ । ଏନେଇ ବିଶ୍ବ ମୃତ୍ତିକା ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ଚାଷୀଙ୍କୁ ସବୁଜ ଖତ ଓ ଜିଆ ଖତ ବ୍ୟବହାର ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ହେଉଥିବା ରାସାୟନିକ ସାରର ବ୍ୟବହାର ଯୋଗୁଁ ଚାଷ ଜମି ସବୁ ନିକୃଷ୍ଟ ହେବାକୁ ବସିଲାଣି ।
ଚାଷୀଙ୍କୁ ସବୁଜ ଓ ଜୈବିକ ଚାଷ କରିବାକୁ ବୌଦ୍ଧ ଜିଲ୍ଲାପାଳଙ୍କ ଆହ୍ବାନ - ବିଶ୍ବ ମୃତ୍ତିକା ଦିବସ
ବିଶ୍ବ ମୃତ୍ତିକା ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ଚାଷୀଙ୍କୁ ସବୁଜ ଖତ ଓ ଜିଆ ଖତ ବ୍ୟବହାର ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି । ସେପଟେ ମଥୁରା ପଞ୍ଚାୟତରେ କେତେକ ଚାଷୀ ବ୍ୟକ୍ତିଗତ ଉଦ୍ୟମରେ ଗୋବର ଖତରୁ ଜୈବିକ ଚାଷ କରୁଥିବା ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ...
ଚାଷୀଙ୍କୁ ସବୁଜ ଓ ଜୈବିକ ଚାଷ କରିବାକୁ ବୌଦ୍ଧ ଜିଲ୍ଲାପାଳଙ୍କ ଆହ୍ବାନ
ସେପଟେ ମଥୁରା ପଞ୍ଚାୟତ ଦନ୍ତାପାଲିଠାରେ କେତେକ ଚାଷୀ ବ୍ୟକ୍ତିଗତ ଉଦ୍ୟମରେ ଗୋଶାଳା ସହିତ ଗୋବର ଖତରୁ ଜୈବିକ ଚାଷ କରୁଥିବା ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ସେମାନଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ତେବେ ଜିଲ୍ଲା କୃଷି ବିଭାଗ ଓ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ବିଭିନ୍ନ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ ପରିଚୟ କାର୍ଡ ପ୍ରଦାନ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ