ବୌଦ୍ଧ: ଲକଡାଉନ ସମୟରେ ରକ୍ତର ଘୋର ଅଭାବକୁ ଲକ୍ଷ୍ୟ କରି ସୋମବାର ବୌଦ୍ଧ ଜିଲ୍ଲାପାଳ କରିଛନ୍ତି ରକ୍ତଦାନ । ସେପଟେ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ମିଳିତ ଭାବେ ବୌଦ୍ଧ ପୌରାଞ୍ଚଳର ବିଭିନ୍ନ ବସ୍ତିରେ ଅସହାୟଙ୍କୁ ସାହାଯ୍ୟ ବାଣ୍ଟିଛନ୍ତି । ସେହିପରି ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ ବର୍ତ୍ତମାନ ଲକଡାଉନ ପାଇଁ ରକ୍ତ ଭଣ୍ଡାରମାନଙ୍କରେ ରକ୍ତର ଅଭାବ ଦେଖା ଦେଇଥିବାରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରକ୍ତଦାନ କରି ଅନ୍ୟଙ୍କୁ ପ୍ରେରଣା ଯୋଗାଇଛନ୍ତି । ଏଥିସହ ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ମିଳିତ ଭାବେ ପୌରାଞ୍ଚଳ ବସ୍ତିର ଅସହାୟଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ଓ ରାସନ ସାମଗ୍ରୀ ଯୋଗାଇଛନ୍ତି ।