ବୌଦ୍ଧ: ଧାନବିକ୍ରି ସରିବାକୁ ବସିଥିବା ସମୟରେ ଉଭୟ ଏଆରସିଏସ ବିଭାଗ ଓ ସମବାୟ ବ୍ୟାଙ୍କ ଚାଷୀଙ୍କ ସମସ୍ୟାକୁ ନେଇ ଟଣାଓଟରା ହୋଇଛନ୍ତି । ଶୁକ୍ରବାର ସମବାୟ ବିଭାଗର ବାର୍ଷିକ ସାଧାରଣ ବୈଠକରେ ଏହା ଧରାପଡିଥିବା ସୂଚନା ମିଳିଛି ।
ଚଳିତ ବର୍ଷ ଧାନବିକ୍ରିକୁ ନେଇ ଚାଷୀ ଗଭୀର ଦୁଃଖରେ ରହିଛି । ନିଜ ବର୍ଷକର ଅମଳ ଧାନକୁ ବିକ୍ରି କରିନପାରି ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଛି । ଚଳିତ ବର୍ଷର ଧାନକ୍ରୟ ସମ୍ପୂର୍ଣ୍ଣ ହେବାକୁ ବସିଛି । ସେପଟେ ଆଜି ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ବୈଠକରେ ଚଳିତ ବର୍ଷର ଧାନକ୍ରୟ ଓ ଚାଷୀଙ୍କ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଫେରିବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭାଗ ବିଭାଗ ମଧ୍ୟରେ କଥା କଟାକଟି ପରିଲକ୍ଷିତ ହୋଇଥିଲା । ସମବାୟ ବ୍ୟାଙ୍କ ଓ ଏଆରସିଏସ ବିଭାଗ ମଧ୍ୟରେ ଉତ୍ତମ ବୁଝାମଣା ଓ ତାଳମେଳ ରହୁ ନଥିବାରୁ ଚଳିତ ବର୍ଷ ଧାନକିଣାରେ ବ୍ୟାପକ ସମସ୍ୟା କଥା ପଦାକୁ ଆସିଥିଲା ।