ବୌଦ୍ଧ: ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସ ସାରା ଦେଶରେ ଆଜି ବିକ୍ଷୋଭ ପ୍ରଦର୍ଶନ କରୁଛି । ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସ୍ଥାନୀୟ ବାଘଗୁଡା ଛକଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲା ।
ଦରବୃଦ୍ଧି ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ, କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ - ବୌଦ୍ଧ କଂଗ୍ରେସର ବିକ୍ଷୋଭ
ଦରଦାମ ବୃଦ୍ଧିକୁ ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଜାତୀୟ ରାଜପଥକୁ ଅବରୋଧ ପରେ ନେତା ଓ କର୍ମୀଙ୍କୁ ଉଠାଇନେଲା ବୌଦ୍ଧ ପୋଲିସ । ଅଧିକ ପଢନ୍ତୁ
![ଦରବୃଦ୍ଧି ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ, କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି, ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ](https://etvbharatimages.akamaized.net/etvbharat/prod-images/768-512-16022115-544-16022115-1659693971034.jpg)
ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି, ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ
ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି, ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ
ବର୍ତ୍ତମାନ ସମୟରେ ପେଟ୍ରୋଲଠାରୁ ନେଇ ଖାଇବା ତେଲ ଓ ସମସ୍ତ ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧି ସାଧାରଣ ଖାଉଟିକୁ ଚିନ୍ତାରେ ପକାଇଛି । ତେଣୁ ଆଜି ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ବୌଦ୍ଧ ପୋଲିସ କଂଗ୍ରେସର ନେତା ଓ କର୍ମୀଙ୍କୁ ଉଠାଇ ନେଇଥିଲା ।
ଇଟିଭି ଭାରତ, ବୌଦ୍ଧ