ବୌଦ୍ଧ: ଦେଶରେ କ୍ରମାଗତ ଭାବେ ବଢିଚାଲିଛି ତୈଳ ଦର । କୋରୋନା ସଙ୍କଟ ସମୟରେ ତୈଳ ଦରରେ ଅହେତୁକ ବୃଦ୍ଧିକୁ ନେଇ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୋମବାର ଏନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ କରିଛି । ଏଥିସହ ଏସମ୍ପର୍କିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ତୈଳ ଦର ବୃଦ୍ଧି ପ୍ରତିବାଦରେ ବୌଦ୍ଧ କଂଗ୍ରେସର ବିକ୍ଷୋଭ ପ୍ରତିବାଦ - ବୌଦ୍ଧ ଖବର
ତୈଳ ଦର ବୃଦ୍ଧିକୁ ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରତିବାଦ । ଏସମ୍ପର୍କିତ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ତୈଳ ଦର ବୃଦ୍ଧି ପ୍ରତିବାଦରେ ବୌଦ୍ଧ କଂଗ୍ରେସର ବିକ୍ଷୋଭ ପ୍ରତିବାଦ
ପ୍ରକାଶ ଥାଉ କି, ବର୍ତ୍ତମାନ ରାଜ୍ୟରେ ତୈଳ ଦର 80 ଟଙ୍କାରୁ ଊର୍ଦ୍ଧ୍ବ ଲିଟର ପିଛା ଥିବାବେଳେ ସାଧାରଣ ଲୋକେ ଏଥିପାଇଁ ପ୍ରଭାବିତ ହେଉଥିବା ଅଭିଯୋଗ କରିଛି କଂଗ୍ରେସ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ