ଓଡିଶା

odisha

By

Published : Jan 16, 2022, 10:35 AM IST

ETV Bharat / state

ବୌଦ୍ଧ ଜିଲ୍ଲାପାଳ କୋରୋନା ସଂକ୍ରମିତ

ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କୋରୋନା ସଂକ୍ରମିତ । ଜିଲ୍ଲାପାଳଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏବଂ ଜିଲ୍ଲାର ଜଣେ ନ୍ୟାୟଧୀଶ ମଧ୍ୟ କୋରୋନା ପଜିଟିଭ ଥିବା ସୂଚନା । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାପାଳ କୋରୋନା ସଂକ୍ରମିତ
ବୌଦ୍ଧ ଜିଲ୍ଲାପାଳ କୋରୋନା ସଂକ୍ରମିତ

ବୌଦ୍ଧ: ଜିଲ୍ଲାପାଳଙ୍କ ଅଫିସରେ ପଶିଲା ଭୂତାଣୁ । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି (boudh collector test positive for covid) । ତାଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏବଂ ଜିଲ୍ଲାର ଜଣେ ନ୍ୟାୟଧୀଶ ମଧ୍ୟ କୋରୋନା ପଜିଟିଭ ଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି ।

ବୌଦ୍ଧ ଜିଲ୍ଲାପାଳ କୋରୋନା ସଂକ୍ରମିତ

ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡିକ ପରି ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ପଜିଟିଭ ମାମଲା ବୃଦ୍ଧି ପାଉଛି । ଏଠାରେ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୭୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା ସହ ବୌଦ୍ଧରେ ଟୀକାକରଣକୁ ତ୍ବରାନ୍ବିତ କରାଯାଇଛି । ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲ୍ଲାର ମୋଟ ୮ ଗୋଟି ଟୀକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧା, ଯଥା ସ୍ବାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନିକ କର୍ମଚାରୀ ଏବଂ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details