ଓଡିଶା

odisha

By

Published : Dec 16, 2022, 2:05 PM IST

ETV Bharat / state

ଶିକ୍ଷା ବିଭାଗରେ ସ୍ବଚ୍ଛତା ଓ ସମସ୍ୟା ଦୂର ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କ ଉଦ୍ୟମ

ଶିକ୍ଷା ବିଭାଗରେ ସ୍ବଚ୍ଛତା ଓ ସମସ୍ୟା ଦୂର ପାଇଁ ବୌଦ୍ଧ ଜିଲ୍ଲାପାଳଙ୍କ ଉଦ୍ୟମ । ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ସେମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲାପାଳଙ୍କ ଉଦ୍ୟମ
ବୌଦ୍ଧ ଜିଲ୍ଲାପାଳଙ୍କ ଉଦ୍ୟମ

ବୌଦ୍ଧ ଜିଲ୍ଲାପାଳଙ୍କ ଉଦ୍ୟମ

ବୌଦ୍ଧ:ଆକ୍ସନ ମୁଡରେ ଜିଲ୍ଲାପାଳ । ବିଭିନ୍ନ କ୍ଷେତ୍ରରେ ରହିଥିବା ସମସ୍ୟା ଓ ଅବ୍ୟବସ୍ଥାରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ । ଗୋଟିଏ ଦିନ ପୂର୍ବରୁ ଜିଲ୍ଲାପାଳ ଅଚାନକ ସରସରା 5t ବିଦ୍ୟାଳୟ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପାଠ ପଢାଇବା ସହ ସେମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ତେବେ ମଧ୍ୟାହ୍ନ ଭୋଜନର ଚାଉଳ ଅତ୍ୟନ୍ତ ନିମ୍ନମାନର ଥିବାରୁ ସେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ।

ସେହିପରି ଜିଲ୍ଲାପାଳଙ୍କ କଣ୍ଟାମାଳ ଗସ୍ତ ସମୟରେ ଅଇଁଳାଚୂଆ ଆଦର୍ଶ ବିଦ୍ୟାଳୟରେ ନିମ୍ନ ମାନର କାମ ଯୋଗୁଁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଶିକ୍ଷା ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପରାମର୍ଶ ଦେଉଛନ୍ତି । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ବୌଦ୍ଧ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ବିଜ୍ଞାନ, ପରିବେଶ ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ଜିଲ୍ଲାପାଳ ଓ ଏସପି ବୁଲି ଦେଖିବା ସହିତ ଏସବୁର ଖୁବ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଏଲନ ମସ୍କଙ୍କ ବିରୋଧରେ ଲେଖିବାରୁ ଏକାଧିକ ସାମ୍ବିଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ

ଏହାସହ ଜିଲ୍ଲାପାଳ ଗାଁକୁ ଚାଲ ଅଭିଯାନ ମାଧ୍ୟମରେ ଦୁର୍ଗମ ଟିକରପଡା ପଞ୍ଚାୟତର ବୁରଗୋରା ଓ ବରପଦର ଅଞ୍ଚଳରେ ବରିଷ୍ଠ ଅଧିକାରୀଙ୍କ ସହ ପହଞ୍ଚି ସେଠାରେ ଅଙ୍ଗନବାଡି ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ବରପଦର ଠାରେ ଜିଲ୍ଲାପାଳ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details