ଓଡିଶା

odisha

ETV Bharat / state

ବନ୍ୟାଞ୍ଚଳରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ବ ଦେବାକୁ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - ସର୍ପାଘାତରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧରୁ ଟଳୁଛି ବନ୍ୟା ବିପଦ । ପ୍ରଭାବିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ରନ୍ଧା ଖାଦ୍ୟ ଯୋଗାଉଛି ଜିଲ୍ଲା ପ୍ରଶାସନ । ଶିଶୁ ଓ ମହିଳାଙ୍କୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ସେପଟେ ବନ୍ୟା ଜଳରେ ସର୍ପାଘାତ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ବନ୍ୟାଞ୍ଚଳରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ବନ୍ୟାଞ୍ଚଳରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

By

Published : Aug 20, 2022, 11:56 AM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଟଳୁଛି ବନ୍ୟା ପ୍ରଭାବ । ପ୍ରଭାବିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି ଜିଲ୍ଲା ପ୍ରଶାସନ । ବିଶେଷ ଭାବରେ ଶିଶୁ ଓ ମହିଳାଙ୍କ ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ସେପଟେ ସାଲୁଙ୍କୀ ନଦୀ କୁରୁକୁଚ ଘାଟରୁ ଗତକାଲି ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶୁକ୍ରବାର ସର୍ପାଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ବନ୍ୟା ପାଣି ଯୋଗୁଁ ସର୍ପାଘାତରେ ମୃତ୍ୟୁ ଆଶଙ୍କା ଅଧିକ ରହିଥିବାରୁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି ।

ମହାନଦୀରେ ବନ୍ୟା ଜଳ ଆସି ବୌଦ୍ଧ ଜିଲ୍ଲାର ତଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ବର୍ତ୍ତମାନ ବନ୍ୟା ଆଶଙ୍କା ଟଳିଛି । ଗତ ଏକ ସପ୍ତାହ ଧରି ବନ୍ୟା ଘେରରେ ଜିଲ୍ଲାର ବୌଦ୍ଧ ଓ ହରଭଙ୍ଗା ବ୍ଲକର ଅନେକ ଅଞ୍ଚଳ ରହିଥିଲା । ବର୍ତ୍ତମାନ ମଧ୍ୟ ଜଗନ୍ନାଥ ସଡକ ବନ୍ୟା ଜଳ ଘେରରେ ଥିବା ବେଳେ ଅନେକ ଚାଷ ଜମିରେ ବନ୍ୟା ପାଣି ମାଡି ବ୍ୟାପକ କ୍ଷତି ଘଟାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ସହିତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।

ବନ୍ୟାଞ୍ଚଳରେ ଶିଶୁ ଓ ମହିଳାଙ୍କୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତେବେ ଶୁକ୍ରବାର ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଉଭୟ ସ୍ବାସ୍ଥ୍ୟ ବିଭାଗ ଏବଂ ଶିଶୁ ଓ ମହିଳା ବିକାଶ ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭାବିତ ଅଞ୍ଚଳରେ ତତ୍ପରତା ପ୍ରକାଶ କରି ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇ ବିଶେଷ ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବନ୍ୟା ଜଳସ୍ତର ହ୍ରାସ ପାଉଥିବା ବେଳେ ସାଲୁଙ୍କୀ ନଦୀର କୁରୁକୁଚ ଘାଟରୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶୁକ୍ରବାର ମାଝୀସାହିର ଜଣେ ଯୁବକଙ୍କ ସର୍ପାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବନ୍ୟା ପାଣି ଯୋଗୁଁ ବର୍ତ୍ତମାନ ସମୟରେ ସର୍ପାଘାତରେ ମୃତ୍ୟୁ ଆଶଙ୍କା ଅଧିକ ଥିବାରୁ ଏନେଇ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ମଧ୍ୟ ରହିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details