ବୌଦ୍ଧ: ନୂଆବର୍ଷରେ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଏହିବର୍ଷ ସମଗ୍ର ଜିଲ୍ଲାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି କାମନା କରିଛନ୍ତି ଜିଲ୍ଲାପାଳ ।
ବିଦାୟ ନେଲା ଦୁଃଖ, ଦୁର୍ଦ୍ଦିନ ଓ ମହାମାରୀର ବର୍ଷ 2020 । ଅନେକ ଅସୁମାରୀ ସ୍ବପ୍ନ ନେଇ ପ୍ରବେଶ କରିଛି ନୂତନ ବର୍ଷ 2021 । ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ସ୍ବାଗତ କରାଯାଇଛି ଏହି ନୂଆବର୍ଷକୁ । ସରକାର ଗୁରୁବାର ରାତି 10ଟା ରୁ ସକାଳ 5 ଟା ପର୍ଯ୍ୟନ୍ତ ଘୋଷଣା କରିଥିବା କର୍ଫ୍ୟୁ ପରେ ଶୁକ୍ରବାର ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।