ଓଡିଶା

odisha

ETV Bharat / state

ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ - ବୌଦ୍ଧ ଜିଲ୍ଲା ପ୍ରଶାସନ

ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ । ବସଷ୍ଟାଣ୍ଟ ଅଞ୍ଚଳ ମଦଶୂନ୍ୟ ହେବା ପାଇଁ କହିଛନ୍ତି । ଆଗକୁ ପଢନ୍ତୁ...

boudh collector
ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ

By

Published : Dec 13, 2019, 4:50 AM IST

ବୌଦ୍ଧ:ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ । ପଥପ୍ରାନ୍ତର ବ୍ୟବସାୟୀଙ୍କୁ ଥଇଥାନ ନିମନ୍ତେ ବସଷ୍ଟାଣ୍ଡ ନିକଟ ମଦ୍ୟପଙ୍କ ଆଡ୍ଡାସ୍ଥଳୀରେ ପହଞ୍ଚି ସିଧାସଳଖ ଚରମବାଣୀ ଶୁଣାଇଛନ୍ତି ଖୋଦ ଜିଲ୍ଲାପାଳ ।ଗତ ଚାରି ତାରିଖରେ ଇଟିଭି ଭାରତରେ ପୌରାଞ୍ଚଳରେ ଭେଣ୍ଡିଂଜୋନ ସମ୍ପର୍କିତ ଖବର ପରେ ପୌରପରିଷଦ ପକ୍ଷରୁ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ

ଏଣୁ ଗୁରୁବାର ନିଜେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏନଏସି ଛକ ଅଞ୍ଚଳର କିଛି ସ୍ଥାନ ଦେଖି ହଠାତ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ । ରାତିରେ ମଦ୍ୟପଙ୍କ ଆଡ୍ଡା ପାଲଟିଥିବା ଅଞ୍ଚଳକୁ ଯାଇ ସେଠାକାର ଦାୟିତ୍ବରେ ଥିବା ଲୋକଙ୍କୁ ଜିଲ୍ଲାପାଳ ଉକ୍ତ ଅଞ୍ଚଳରେ ମଦ୍ୟପାନ ନିଷେଧ ନିମନ୍ତେ ଚରମବାଣୀ ଶୁଣାଇଛନ୍ତି । ଏସମ୍ପର୍କରେ ଆଗାମୀ ଦିନରେ ଆହୁରି କଡା ପଦକ୍ଷେପ ନିଆଯିବା ସହ ବସଷ୍ଟାଣ୍ଡ ଅଞ୍ଚଳକୁ ମଦମୁକ୍ତ କରାଯିବାକୁ ସ୍ଥିର କରାଯାଇଛି ।

ପୌରପରିଷଦ ପକ୍ଷରୁ ଆଗାମୀ ଦିନରେ ଭେଣ୍ଡିଂଜୋନ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ଏହି ଅବସରରେ ଜିଲ୍ଲାପାଳ ଏକ ବ୍ୟାଟେରି ଚାଳିତ ବର୍ଜ୍ୟବସ୍ତୁ ପରିବହନ ଗାଡିର ଶୁଭାରମ୍ଭ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details