ବୌଦ୍ଧ: ରବିବାର ରାମନବମୀ ଅବସରରେ ବୌଦ୍ଧରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଲୀଳା ନାଟକ ଆରମ୍ଭ ହୋଇଛି । ଗତକାଲି ମଧ୍ୟ ରାତିରେ ସୀତା ବିବାହ ଅନୁଷ୍ଠିତ ହୋଇଥିଲା । ମାତା ସୀତାଙ୍କ ବିବାହ ପାଇଁ ବୁଟୁପାଲି ଗ୍ରାମକୁ ସ୍ବତନ୍ତ୍ର ଭାବରେ ସଜ୍ଜିତ କରାଯାଇ ଜନକପୁରୀ କରାଯାଇଥିଲା ।
ରଙ୍ଗଶାଳାରେ ଜିଲ୍ଲାପାଳ, ମୁହଁରେ ରଙ୍ଗ ଲଗାଇ କଳାକାରଙ୍କୁ କଲେ ଉତ୍ସାହିତ - ବୌଦ୍ଧରେ ରାମନବମୀ ଅବସରରେ ନାଟକ
ବୌଦ୍ଧରେ ରାମନବମୀ ଅବସରରେ ଶ୍ରୀରାମଲୀଳା ଯାତ୍ରାର ସୀତା ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ । ନାଟକର ରଙ୍ଗଶାଳାରେ ଜିଲ୍ଲାପାଳ ପହଞ୍ଚି ନିଜେ ଚିତ୍ରିତ ହେବା ସହିତ କଳାକାରଙ୍କୁ ଉତ୍ସାହିତ କରିଥିଲେ । ଅଧିକ ପଢନ୍ତୁ
ରଙ୍ଗଶାଳାରେ ସାମିଲ ହୋଇ କଳାକାରଙ୍କୁ ଉତ୍ସାହିତ କଲେ ବୌଦ୍ଧ ଜିଲ୍ଲାପାଳ
ରଙ୍ଗଶାଳାରେ ସାମିଲ ହୋଇ କଳାକାରଙ୍କୁ ଉତ୍ସାହିତ କଲେ ବୌଦ୍ଧ ଜିଲ୍ଲାପାଳ
ଦୀର୍ଘ ଅଠର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରସିଦ୍ଧ ଗଣପର୍ବ ପାଇଁ ସାରା ଜିଲ୍ଲା ଚଳଚଞ୍ଚଳ ରହିଥିବା ବେଳେ ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରଘୁନାଥ ଜୀଉ ମନ୍ଦିର ପରିସରରେ ପହଞ୍ଚି ଥିଲେ । ଜିଲ୍ଲାପାଳ ନାଟକର ରଙ୍ଗଶାଳାରେ ପହଞ୍ଚି ନିଜେ ଚିତ୍ରିତ ହେବା ସହିତ କଳାକାରଙ୍କୁ ଉତ୍ସାହିତ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ