ଓଡିଶା

odisha

ETV Bharat / state

ଜନଶୁଣାଣୀ ବେଳେ ମାଣ୍ଡିଆ କେକ୍ ଖାଇଲେ ବୌଦ୍ଧ ଜିଲ୍ଲାପାଳ - ମାଣ୍ଡିଆ କେକ୍ ଖାଇଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ଜନଶୁଣାଣୀ ବେଳେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ । ଜିଲ୍ଲାପାଳ ଖୋଦ ମାଣ୍ଡିଆ କେକ ଖାଇବା ସହିତ ନିଜ ସହକର୍ମୀଙ୍କୁ ଖୁଆଇଲେ । ଏଭଳି ଖାଦ୍ୟ ପ୍ରସ୍ତୁତ କରି ଆତ୍ମ ନିର୍ଭର ହେବାର ଆଶା ପ୍ରକାଶ କରିଛନ୍ତି ମହିଳା । ଅଧିକ ପଢ଼ନ୍ତୁ

ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ଅହେତୁକ ଚାହିଦା, ଜନଶୁଣାଣୀ ବେଳେ ମାଣ୍ଡିଆ କେକ ଖାଇଲେ ଜିଲ୍ଲାପାଳ
ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ଅହେତୁକ ଚାହିଦା, ଜନଶୁଣାଣୀ ବେଳେ ମାଣ୍ଡିଆ କେକ ଖାଇଲେ ଜିଲ୍ଲାପାଳ

By

Published : Dec 6, 2022, 8:23 AM IST

ବୌଦ୍ଧ: ଜିଲ୍ଲାପାଳ ଓ ଏସପିଙ୍କ ଜନଶୁଣାଣୀ ବେଳେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ସୁସ୍ବାଦୁ ପାନୀୟ ଅତିଥିଙ୍କୁ ବେଶ୍ ଆକର୍ଷିତ କଲା । ଜିଲ୍ଲାପାଳ ଖୋଦ ମାଣ୍ଡିଆ କେକ୍ ଖାଇବା ସହିତ ନିଜ ସହକର୍ମୀଙ୍କୁ ଖୁଆଇଲେ ।

ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ଅହେତୁକ ଚାହିଦା, ଜନଶୁଣାଣୀ ବେଳେ ମାଣ୍ଡିଆ କେକ ଖାଇଲେ ଜିଲ୍ଲାପାଳ

ରାଜ୍ୟ ସରକାରଙ୍କ ମିଲେଟ ମିଶନ ବା ମାଣ୍ଡିଆ ମିଶନ ଏକ ଆକାଂକ୍ଷୀ ଯୋଜନା ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଏହାର ଏକ ବିରାଟ ସମ୍ଭାବନା ରହିଛି । ମାଣ୍ଡିଆ ମିଶନ ମାଧ୍ୟମରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଯୋଡିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ବିଶେଷ ଭାବରେ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଏହି ମାଣ୍ଡିଆ ଚାଷ ପାଇଁ ଚଳିତ ବର୍ଷ ଚାଷୀଙ୍କୁ ସ୍ବତନ୍ତ୍ର ତାଲିମ ତଥା ସରକାରୀ ସହାୟତା ଯୋଗାଇ ଦିଆଯାଇଛି । ସୋମବାର ଜିଲ୍ଲାପାଳ ଓ ଏସପିଙ୍କ ବୌଦ୍ଧ ବ୍ଲକ ଠାରେ ଜନଶୁଣାଣୀ ଥିବାବେଳେ ମିଶନ ଶକ୍ତି ଓ ମିଲେଟ ମିଶନ ମିଳିତ ଭାବରେ ପ୍ରଥମଥର ପାଇଁ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରିଥିଲେ ।

ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ଅହେତୁକ ଚାହିଦା, ଜନଶୁଣାଣୀ ବେଳେ ମାଣ୍ଡିଆ କେକ ଖାଇଲେ ଜିଲ୍ଲାପାଳ

ମାଣ୍ଡିଆରୁ ପ୍ରସ୍ତୁତ ପେଟିସ, ଲଡୁ, କେକ, ବିସ୍କୁଟ, ମଣ୍ଡା, କାକରା, ଆରିଶା, ହାଲୁଆ ଭଳି ବିଭିନ୍ନ କିସମର ଖାଦ୍ୟ ସହିତ ମିଲେଟ ପ୍ରସ୍ତୁତ ସେକ୍, ଜୁସ, ସରବତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଏସପି ପ୍ରହଲ୍ଲାଦ ସହାୟ ମୀନା ଆଗ୍ରହର ସହିତ ଏସବୁ ଖାଦ୍ୟ ଖାଇଥିଲେ । ଜିଲ୍ଲାରେ ମାଣ୍ଡିଆ ଚାଷ ସହିତ ଏଥିରୁ ଉତ୍ପାଦିତ ସାମଗ୍ରୀର ବେଶ୍ ସମ୍ଭାବନା ରହିଥିବା ବେଳେ ମହିଳା ଗୋଷ୍ଠୀମାନେ ମଧ୍ୟ ଏଭଳି ଖାଦ୍ୟ ପ୍ରସ୍ତୁତ କରି ଆତ୍ମନିର୍ଭର ହେବାର ଆଶା ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details