ଓଡିଶା

odisha

ETV Bharat / state

ମହିଳାଙ୍କ ମୃତ୍ୟୁକୁ ମାସେ, ଥାନାରୁ ନ୍ୟାୟ ନ ମିଳିବାରୁ ଏସପିଙ୍କ ଦ୍ବାରସ୍ଥ ପରିବାର - ବୌଦ୍ଧ ଜିଲ୍ଲାର ଛଗୋଟି ଥାନା ଅଞ୍ଚଳ

ବୌଦ୍ଧ ଜିଲ୍ଲାର 6ଟି ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଜଣେ ମହିଳାଙ୍କ ମୃତ୍ୟୁକୁ ମାସେ ହେବାକୁ ବସିଥିବା ବେଳେ ଥାନାରୁ ନ୍ୟାୟ ନ ମିଳିବାରୁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର । ଅଧିକ ପଢନ୍ତୁ...

ମହିଳାଙ୍କ ମୃତ୍ୟୁକୁ ମାସେ, ଥାନାରୁ ନ୍ୟାୟ ନ ମିଳିବାରୁ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର
ମହିଳାଙ୍କ ମୃତ୍ୟୁକୁ ମାସେ, ଥାନାରୁ ନ୍ୟାୟ ନ ମିଳିବାରୁ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର

By

Published : Oct 27, 2021, 2:57 PM IST

ବୌଦ୍ଧ: ମହିଳାଙ୍କ ମୃତ୍ୟୁକୁ ମାସେ ହେବାକୁ ବସିଲାଣି। ହେଲେ ଏହି ମୃତ୍ୟୁକୁ ହତ୍ୟା ଅଭିଯୋଗ କରି ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ ମଧ୍ୟ ଏନେଇ ପୋଲିସ ତଦନ୍ତରେ କୌଣସି ସହଯୋଗ କରୁନାହିଁ । ଫଳରେ ଅଭିଯୁକ୍ତ ବର୍ତ୍ତମାନ ମଧ୍ୟ ଖୋଲାରେ ବୁଲୁଥିବା ଅଭିଯୋଗ କରି ନ୍ୟାୟ ପ୍ରଦାନ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ପରିବାର ।

ମହିଳାଙ୍କ ମୃତ୍ୟୁକୁ ମାସେ, ଥାନାରୁ ନ୍ୟାୟ ନ ମିଳିବାରୁ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର

ତେବେ ବୌଦ୍ଧ ଜିଲ୍ଲାର ୬ଟି ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଚୋରି, ହତ୍ୟା, ଡକାୟତି, ଲୁଟ ଭଳି ଘଟଣା ପ୍ରାୟ ପ୍ରତ୍ୟେକ ଦିନ ଘଟି ଚାଲିଥିବା ବେଳେ ଅପରାଧୀକୁ ପୋଲିସ ଧରିବାରେ ବିଫଳ ହେଉଛି । ଫଳରେ ଦିନକୁ ଦିନ ଅପରାଧର ମାତ୍ରା ବୃଦ୍ଧି ପାଇବା ସହ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେବେ ଏକ ମାମଲାରେ ଥାନାରୁ ନ୍ୟାୟ ନମିଳିବାରୁ ସମ୍ପୃକ୍ତ ପରିବାର ଏସପିଙ୍କ ଠାରେ ଗୁହାରି କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ରାଜିଂ ଗ୍ରାମରେ ଗତ 29 ତାରିଖ ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇ ଘର ପଛପଟ ଏକ କୂଅରେ ପକାଇ ଦିଆଯାଇଥିଲା । ପୁରୁଣାକଟକ ପୋଲିସ ଏହାକୁ ଅପମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରୁଥିବା ବେଳେ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ବୋଲି ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଘଟଣାକୁ ମାସେ ହେବାକୁ ବସିଥିବା ବେଳେ ପୋଲିସ ଏନେଇ ତଦନ୍ତ ପ୍ରକ୍ରିୟାକୁ ଆଦୌ ତ୍ବରାନ୍ବିତ କରୁନଥିବା ଅଭିଯୋଗ କରି ବୌଦ୍ଧ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି ପରିବାର ଲୋକେ ।

ଜିଲ୍ଲାର ବିଭିନ୍ନ ଥାନାରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପୋଲିସର ଭୂମିକାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details