ଓଡିଶା

odisha

ETV Bharat / state

ବାପା କାନ୍ଧରେ ପୁଅ ମୃତଦେହ ବୋହିବା ଘଟଣା, ବୌଦ୍ଧ ବିଜେପି ଯୁବ ମୋର୍ଚ୍ଚାର କ୍ଷତିପୁରଣ ଦାବି - Boudh BJP Yuba Morcha

ବୌଦ୍ଧରେ ପୁଅର ମୃତଦେହକୁ କାନ୍ଧରେ ବୋହି ଚାଲି ଚାଲି ଘରକୁ ଫେରିବା ଘଟଣାରେ କ୍ଷତି ପୂରଣ ଦାବି କଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ବାପା କାନ୍ଧରେ ପୁଅ ମୃତଦେହ ବୋହିବା ଘଟଣା, ବୌଦ୍ଧ ବିଜେପି ଯୁବ ମୋର୍ଚ୍ଚାର କ୍ଷତିପୁରଣ ଦାବି
ବାପା କାନ୍ଧରେ ପୁଅ ମୃତଦେହ ବୋହିବା ଘଟଣା, ବୌଦ୍ଧ ବିଜେପି ଯୁବ ମୋର୍ଚ୍ଚାର କ୍ଷତିପୁରଣ ଦାବି

By

Published : Nov 21, 2020, 2:18 AM IST

ବୌଦ୍ଧ: ଜିଲ୍ଲାରେ କିଛି ଦିନ ପୂର୍ବରୁ ହୋଇଥିଲା ଦାନ ମାଝି ଘଟଣାର ପୂନରାବୃତ୍ତି । ପୁଅର ମୃତଦେହକୁ କାନ୍ଧରେ ବୋହି ପରିବାର ସହ ଚାଲିଚାଲି ଘରକୁ ଫେରିଥିଲା ବାପା । ଗତ ନଭେମ୍ବର 16ରେ ବୌଦ୍ଧ ଜିଲ୍ଲା ତିଲେଶ୍ବର ପଞ୍ଚାୟତ ମୁଷାଢ ଗାଁର ଜନୈକ ଗରିବ ପରିବାରର ମାତ୍ର ସାତ ବର୍ଷର ନାବାଳକ ପୁଅର ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଗଲା । ତେବେ ସେଠାରେ ମୃତକଙ୍କ ପରିବାରକୁ କୌଣସି ସରକାରୀ ସହାୟତା ନମିଳିବାରୁ ପୁଅର ମୃତଦେହକୁ କାନ୍ଧରେ ବୋହି ବାପା ନିଜ ପରିବାର ସହ ଗାଁକୁ ଚାଲି ଚାଲି ଫେରିବାକୁ ବାଧ୍ୟ ହୋଇଥିଲେ ।

ବାଟରେ ଜଣେ ସହୃଦୟ ବ୍ୟକ୍ତି ଏହା ଦେଖି ନିଜ କାରରେ ନେଇ ଅସହାୟଙ୍କୁ ମୁଷାଢରେ ଛାଡିଥିଲେ । ତେବେ ଏହି ଘଟଣାରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଅସହାୟ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବିର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ବାପା କାନ୍ଧରେ ପୁଅ ମୃତଦେହ ବୋହିବା ଘଟଣା, ବୌଦ୍ଧ ବିଜେପି ଯୁବ ମୋର୍ଚ୍ଚାର କ୍ଷତିପୁରଣ ଦାବି

ସେପଟେ ସେହି ମୁଷାଢ ଗ୍ରାମର ଜନୈକ ଯୁବକଙ୍କ ମୃତ ଶରୀର ଚାରିଛକ ନିକଟସ୍ଥ ସିଙ୍ଗାଣିବେଡାରୁ ମିଳିଥିବା ବେଳେ ପରିବାର ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇ ପୁରୁଣାକଟକ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details