ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ ବାରିଛି ବିଜେପି । ଏନେଇ ଶୁକ୍ରବାର କଣ୍ଟାମାଳ ବିଜେପି ପକ୍ଷରୁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । କଲ୍ୟାଣକାରୀ ଯୋଜନାରେ ଦୁର୍ନୀତି ବର୍ତ୍ତମାନ ଜିଲ୍ଲାକୁ ନିନ୍ଦିତ କରିଥିବା ବେଳେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରରେ ରହିଛି । ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକ ଓ ହରଭଙ୍ଗା ବ୍ଲକରେ ଏହି ଆବାସ ଦୁର୍ନୀତି ପ୍ରତ୍ୟେକ ଦିନ ବଢି ଚାଲିଥିବା ବେଳେ ଏବେ ପୁଣି କଣ୍ଟାମାଳ ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି ।
ଆବାସ ଯୋଜନାରେ ଦୁର୍ନୀତି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେପି - kantamal bjp
କଣ୍ଟାମାଳ ବ୍ଲକରେ ଆବାସ ଯୋଜନାରେ ଦୁର୍ନୀତିକୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ବିଜେପି । ସନ୍ଦେହ ଘେରରେ ପଞ୍ଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ଭୂମିକା । ଅଧିକ ପଢନ୍ତୁ...
ଆବାସ ଯୋଜନାରେ ଦୁର୍ନୀତି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେପି
ବରିଷ୍ଠ ବିଜେପି ନେତା କହ୍ନାଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ସହିତ ଏନେଇ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି । କଣ୍ଟାମାଳ ବ୍ଲକର ଚବିଶ ଗୋଟି ପଞ୍ଚାୟତ ମଧ୍ୟରୁ ଅନେକ ଉପାନ୍ତ ପଞ୍ଚାୟତ ଗୁଡିକରେ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ