ବୌଦ୍ଧ: ଗୋଟିଏ ପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ମମତା ବାନାର୍ଜୀ ଶପଥ ଗ୍ରହଣ କରୁଥିବାବେଳେ ବିଜେପିର କାର୍ଯ୍ୟକର୍ତ୍ତା ମାନେ ନିର୍ବାଚନ ପରବର୍ତ୍ତୀ ହିଂସା ପାଇଁ ତୃଣମୂଳ କଂଗ୍ରେସ ଦଳକୁ ଦାୟୀ କରି ଏହା ବିରୋଧରେ ପ୍ରତିବାଦର ସ୍ବରୂପ ମୌନ ବ୍ରତ ରଖି ଧାରଣା ଦିଆଯାଇଛି ।
ପଶ୍ଚିମବଙ୍ଗ ରାଜନୈତିକ ହିଂସା ପ୍ରତିବାଦରେ ବିଜେପିର ଧାରଣା - ବୌଦ୍ଧ ବିଜେପିର ଧାରଣା
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରୂପେ ମମତା ବାନାର୍ଜୀ ଶପଥ ଗ୍ରହଣ କରୁଥିବାବେଳେ ବିଜେପିର କାର୍ଯ୍ୟକର୍ତ୍ତା ମାନେ ନିର୍ବାଚନ ପରବର୍ତ୍ତୀ ହିଂସା ପାଇଁ ତୃଣମୂଳ କଂଗ୍ରେସ ଦଳକୁ ଦାୟୀ କରି ଏହା ବିରୋଧରେ ପ୍ରତିବାଦର ସ୍ବରୂପ ମୌନ ବ୍ରତ ରଖି ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...
ପଶ୍ଚିମବଙ୍ଗ ରାଜନୈତିକ ହିଂସା ପ୍ରତିବାଦରେ ବିଜେପିର ଧାରଣା
ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଦଶଟି ମଣ୍ଡଳ ସମେତ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଧାରଣା ଦେଇଥିଲେ । ସକାଳ 6 ଟାରୁ ଅପରାହ୍ନ 12ଟା ପର୍ଯ୍ୟନ୍ତ ବିଜେପି ନେତା ଓ କର୍ମୀ ଭିନ୍ନ ଭିନ୍ନ ସ୍ଥାନରେ ଉପବାସରେ ରହିବା ସହ ଦିନ 10ରୁ ବାରଟା ପର୍ଯ୍ୟନ୍ତ ପ୍ରତୀକାତ୍ମକ ଧାରଣାରେ ବସିଥିଲେ ।
ପଶ୍ଚିମ ବଙ୍ଗରେ ଘଟିଥିବା ରାଜନୈତିକ ହିଂସା ଟିଏମସି କର୍ମକର୍ତ୍ତାଙ୍କ ଦ୍ବାରା ହୋଇଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଏହି ଧାରଣା ଦିଆଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ